fbpx

ଭାରତୀୟ ରେଳବାଇ ପୁଣିଥରେ ଆରମ୍ଭ କଲା ଏହି ସେବା

ନୂଆଦିଲ୍ଲୀ: ଦେଶରେ ବଡ଼ ମାତ୍ରାରେ ଲୋକମାନେ ଟ୍ରେନରେ ଯାତ୍ରା କରିଥାନ୍ତି । କରୋନାର ଗଭୀର ପ୍ରଭାବ ପଡ଼ିଥିଲା ରେଳ ପରିଚାଳନା ଉପରେ । ଅବଶ୍ୟ ରେଳବାଇ କରୋନା ନିୟମ ପାଳନ କରିବା ସହ ସ୍ପେସାଲ ଟ୍ରେନ ଚଳାଇ କୋଟି କୋଟି ଲୋକଙ୍କୁ ସେମାନଙ୍କର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥିଲା । ଏହି ସମୟରେ ରେଳବାଇ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଅନେକ ସୁବିଧା ବନ୍ଦକରିଥିଲା । ସେହି ସୁବିଧା ମଧ୍ୟରୁ ଗୋଟିଏ ହେଉଛି ଇ-କ୍ୟାଟେରିଙ୍ଗ ସେବା । ଏବେ ପରିସ୍ଥିତି ସୁଧୁରିବା ପରେ ରେଳବାଇ ଏହାର ସହଯୋଗୀ କମ୍ପାନୀ ସହ ମିଶି ପୁଣିଥରେ ଇ-କ୍ୟାଟେରିଙ୍ଗ ସେବା ପୁଣି ଆରମ୍ଭ କରିଛିି । ସହଜ ଅର୍ଥରେ କହିଲେ ଏବେ ରେଳଯାତ୍ରୀଙ୍କୁ ଯାତ୍ରା ସମୟରେ ଘରୁ ଖାଦ୍ୟ ଆଣିବା ଦରକାର ନାହିଁ ।

ଏନେଇ ଆଇଆରସିଟିସି ଟ୍ୱିଟ୍ କରି କହିଛି ଯେ ଏବେ ରେଳଯାତ୍ରୀଙ୍କୁ ଟ୍ରେନରେ ଭୋକିଲା ରହିବାକୁ ପଡ଼ିବନାହିଁ । ଆଇଆରସିଟିସି ଇ-କ୍ୟାଟେରିଙ୍ଗ ସେବା ପୁଣି ଥରେ ଆରମ୍ଭ କରିଛି । ଏବେ ଯାତ୍ରୀ ନିଜ ପସନ୍ଦର ଖାଦ୍ୟ ଅର୍ଡର କରି ଏହାକୁ ନିଜ ବଗି ପର୍ଯ୍ୟନ୍ତ ମଗାଇପାରିବେ । ଏହା ସହ ରେଳବାଇ କହିଛି ଯେ ଅଧିକ ବିବରଣୀ ପାଇଁ କିମ୍ବା ଆଇଆରସିଟିସି “ଫୁଡ୍ ଅନ୍ ଟ୍ରାକ’ ଆପ ଡାଉନଲୋଡ କରନ୍ତୁ ଏବଂ ୧୩୨୩ରେ କଲ କରନ୍ତୁ ।

Get real time updates directly on you device, subscribe now.