fbpx

ଲଜ୍ଜା: ୭ ବର୍ଷର ଝିଅକୁ ଯୌନ ଶୋଷଣ, ଦାଦା-ମାମୁଁ-ଭାଇ ଉପରେ ଅଭିଯୋଗ, ସାହାଯ୍ୟ ଆଳରେ ଜଣଙ୍କ ପରେ ଜଣେ….

ଚେନ୍ନାଇ: ଦୁନିଆର ଏପରି ଯୌନ ଶୋଷଣ ମାମଲା ସାମ୍ନାକୁ ଆସୁଛି, ଯେଉଁଥିରେ ବାପା-ଭାଇ, ଦାଦା, ମାମୁଁ ଆଦି ନିଜ ସମ୍ପର୍କକୁ ବଳି ଦେଉଛନ୍ତି । ସେହିପରି ଚେନ୍ନାଇରେ ୭ ବର୍ଷର ନାବାଳିକା ସହ ଯୌନ ଶୋଷଣ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ, ଝିଅର ଦାଦା, ମାମୁଁ ଓ ବଡ ଭାଇ ମିଶି ଏଭଳି କାଣ୍ଡ ଘଟାଇଛନ୍ତି । ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣକୁ ବାଳାଶ୍ରମକୁ ପଠାଯାଇଛି ।

ପୋଲିସର କହିବା ମୁତାବକ, ଚେନ୍ନାଇ ନିକଟସ୍ଥ ମଡିପ୍ପକମରେ ୬୨ ବର୍ଷୀୟ ବ୍ୟକ୍ତି ନିଜର ସାନ ପୁଅ ସହ ରହୁଥିଲା । ତାର ବଡ ପୁଅ ନିଜ ପରିବାର ସହ ଅନ୍ୟ ଜାଗାରେ ରହୁଥିଲା । ବୟସ୍କ ନିଜର ୧୬ ବର୍ଷୀୟ ନାତି ଓ ୭ ବର୍ଷର ନାତୁଣୀକୁ ନିଜ ସାଥୀରେ ରଖିବାକୁ ଘରକୁ ଆଣିଥିଲେ । ଅଭିଯୋଗ ହୋଇଛି ଯେ, ୨ ଅଗଷ୍ଟ ରାତିରେ ଘରେ ଝିଅ ଶୋଇଥିବା ସମୟରେ ଦାଦା ଯୌନ ଶୋଷଣ କରିଥିଲା ।

ଏଭଳି ଘଟଣା ପରେ ଝିଅଟି ଡରିଯାଇ ସେ ରୁମରୁ ବାହାରି ମାମୁଁଙ୍କର ରୁମକୁ ଚାଲିଆସିଥିଲା । କିନ୍ତୁ ସାନ୍ତ୍ୱନା ଦେବା ଆଳରେ ମାମୁଁ ମଧ୍ୟ ଝିଅ ସହ ଖରାପ ବ୍ୟବହାର କରିଥିଲା । ଏହା ପରେ ଝିଅ ସାହାଯ୍ୟ ପାଇବା ଆଶାରେ ଶୋଇଥିବା ନିଜ ୧୬ ବର୍ଷିୟ ଭାଇ ପାଖକୁ ଯାଇଥିଲା । କିନ୍ତୁ ଭାଇ ବି ସାହାଯ୍ୟ କରିବା ବଦଳରେ ଯୌନ ଶୋଷଣ କରିଥିବା ପୋଲିସ କହିଛି ।
ରବିବାର ୮ ଅଗଷ୍ଟରେ ଝିଅର ମା’ ତାକୁ ଦେଖିବାକୁ ଯାଇଥିଲେ । ସେଠାରେ ଝିଅକୁ ଅସୁସ୍ଥ ଦେଖି ଡାକ୍ତରଙ୍କ ପାଖକୁ ନେଇଥିଲେ । ମେଡିକାଲ ଚେକଅପ ପରେ ଜଣାପଡିଥିଲା ଯେ, ଝିଅ ସହ ଯୌନ ଶୋଷଣ ହୋଇଛି । ଏସବୁ ଜାଣିବା ପରେ ଝିଅର ମା’ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ ।

Get real time updates directly on you device, subscribe now.