fbpx

Deepfakeକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା, ଭାରତରେ ଖୁବ ଜୋରରେ ବଢୁଛି AI ଜେନେରେଟ କଣ୍ଟେଣ୍ଟ

ନୂଆଦିଲ୍ଲୀ: ଡିପଫେକ ଅର୍ଥାତ ଏଆଇ ଜେନେରେଟ କଣ୍ଟେଣ୍ଟକୁ ନେଇ ଆଶ୍ଚର୍ଯ୍ୟଜନକ ସର୍ଭେ ସାମ୍ନାକୁ ଆସିଛି । ଭାରତରେ ପ୍ରତି ୪ ମାସରେ ଥରେ ଜଣେ ବ୍ୟକ୍ତି ଡିପଫେକର ଶିକାର ହେଉଛନ୍ତି । ଭାରତରେ ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ ଚାଲୁରହିଛି । ନିର୍ବାଚନ ସମୟରେ ଅଧିକାଂଶ ଲୋକେ ଡିପଫେକ, ଏବେ ଏଆଇ ଦ୍ୱାରା କ୍ରିଏଟ କରାଯାଇଥିବା ପଲିଟିକାଲ କଣ୍ଟେଣ୍ଟକୁ ସୋସିଆଲ ମିଡିଆରେ ଫେସ କରୁଛନ୍ତି । ସାଇବର ସିକ୍ୟୁରିଟୀ କମ୍ପନୀ McAfee ଗଗୁରୁବାର ଦିନ ଏହି ରିପୋର୍ଟ ଜାରି କରିଛି ।

ସାଇବର ସିକ୍ୟୁରିଟୀ ଫର୍ମ ମୁତାବକ ପ୍ରାୟ ୭୫ ପ୍ରତିଶତ ଭାରତୀୟ ୟୁଜର୍ସ ଡିପଫେକ କଣ୍ଟେଣ୍ଟର ସାମ୍ନା କରିସାରିଛନ୍ତି । ଏଥିରେ ଅଧିକାଂଶ ୟୁଜର୍ସଙ୍କୁ ଏଆଇ ଜେନେରେଟେଡ ପଲିଟିକାଲ କଣ୍ଟେଣ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଳୁଛି । ଏହି ଏଆଇ ଜେନେରେଟେଡ କଣ୍ଟେଣ୍ଟରୁ ୪୪ ପ୍ରତିଶତ କଣ୍ଟେଣ୍ଟରେ ପବ୍ଲିକ ଫିଗର ବା ସେଲିବ୍ରିଟୀ ଚେହେରାର ବ୍ୟବହାର କରାଯାଇଛି । ସେହିପରି ୩୧ ପ୍ରତିଶତ କଣ୍ଟେଣ୍ଟର ବ୍ୟବହାର ନିର୍ବାଚନକୁ ପ୍ରଭାବିତ କରିବା ଲାଗି କରାଯାଇଛି ।

McAfee ନିଜ ସର୍ଭେରେ ପ୍ରକାଶ କରିଛି ଯେ, ଗତ କିଛି ମାସରେ ଭାରତରେ ଡିପଫେକ ବା ଏଆଇ ଜେନେରେଟେଡ କଣ୍ଟେଣ୍ଟ ମାମଲା ଖୁବ ଜୋରରେ ବଢିଯାଇଛି । ଯେଉଁଥିରେ ପବ୍ଲିକ ଏବଂ ପ୍ରାଇଭେଟ ଫିଗରର ବ୍ୟବହାର କରାଯାଇଛି । ଏଆଇର ବ୍ୟବହାର କରି ଭଏସ ସହ ଭିଜୁଆଲ ଆପିରିଏନ୍ସକୁ ସହଜରେ ବଦଳାଯାଇପାରିବ । ଡିପଫେକ କାରଣରୁ କଣ୍ଟେଣ୍ଟର ଅଥେଣ୍ଟିସିଟି ବହୁମାତ୍ରାରେ ପ୍ରଭାବିତ ହୋଇଛି, ଯାହା ନିର୍ବାଚନ ବର୍ଷରେ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ।

Get real time updates directly on you device, subscribe now.