fbpx

(Video) ଆଇପିଏଲ ମ୍ୟାଚ ସମୟରେ ଭୋଟିଂ ପାଇଁ ଅପିଲ କଲେ ସୁନୀଲ ଗାଭାସ୍କର, କମେଣ୍ଟ୍ରି ଭିଡିଓ ଶେୟାର କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଆସନ୍ତା ୨୬ରେ ଦେଶର ୧୩ଟି ରାଜ୍ୟର ୮୮ଟି ଆସନରେ ଭୋଟ ଗ୍ରହଣ କରାଯିବ । ଏଥର ମତଦାନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ମତଦାନ ହାର ବୃଦ୍ଧି ପାଇଁ ଆୟୋଗଙ୍କ ତରଫରୁ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ବିଭିନ୍ନ ଖବରକାଗଜମାନଙ୍କରେ ବିଜ୍ଞାପନ ଦିଆଯାଉଛି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବର୍ତ୍ତମାନ ସମୟରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ମ୍ୟାଚ ଅବସରରେ ପୂର୍ବତତନ ଭାରତୀୟ କ୍ରିକେଟର ତଥା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ଭୋଟିଂ ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । ତେବେ ଆଇପିଏଲ ମ୍ୟାଚରେ ଗାଭାସ୍କରଙ୍କ ଉକ୍ତ କମେଣ୍ଟ୍ରି ଭିଡିଓକୁ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ନିର୍ବାଚନ ଆୟୋଗ । ନିଜର ଗଣତାନ୍ତ୍ରିକ ଅଧିକାରର ସଦୁପଯୋଗ କରିବା ପାଇଁ ଲୋକଙ୍କୁ ଗାଭାସ୍କର ଭୋଟ ଦେବା ପାଇଁ ଅପିଲ କରିଛନ୍ତି । ଆଇପିଏଲ ମ୍ୟାଚ କୋଟି କୋଟି ଲୋକ ଦେଖୁଥିବା ବେଳେ ଗାଭାସ୍କରଙ୍କ ପରି ଜଣେ ଲୋକପ୍ରିୟ ବ୍ୟକ୍ତିଙ୍କ ଅପିଲ ନିଶ୍ଚିତ ଭାବେ ଲୋକଙ୍କ ମଧ୍ୟରେ ମତଦାନ ପାଇଁ ଆଗ୍ରହ ସୃଷ୍ଟି କରିବ । ଫଳରେ ଲୋକମାନେ ଭୋଟ ଦେବାକୁ ଅଧିକ ମାତ୍ରାରେ ପ୍ରେରିତ ହୋଇ ପାରିବେ । ଏପ୍ରିଲ ୨୬ରେ ଭୋଟ ଦେବାକୁ ଭୁଲନ୍ତୁ ନାହିଁ ବୋଲି ଗାଭାସ୍କର ଅପିଲ କରିଛନ୍ତି । ତେଣୁ ନିର୍ବାଚନ ଆୟୋଗ ଏହି ଭିଡିଓକୁ ଶେୟାର କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.