fbpx

ଟି-୨୦ ଅନ୍ତର୍ଜାତୀୟ ଇତିହାସର ବେଷ୍ଟ ବୋଲିଂ ରେକର୍ଡ: ୩.୨ ଓଭର ବୋଲିଂ କଲେ, କୌଣସି ରନ୍ ନଦେଇ ୭ଟି ୱିକେଟ ଅକ୍ତିଆର କଲେ

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ନୂଆ ନୂଆ ରେକର୍ଡ ଭାଙ୍ଗିବା ସହିତ ନୂଆ ନୂଆ ରେକର୍ଡ ସ୍ଥାପନ ହୋଇଥାଏ । ତେବେ ଏହା ମଧ୍ୟରେ ଜଣେ ୧୭ ବର୍ଷୀୟ ମହିଳା କ୍ରିକେଟର ଟି-୨୦ ଇତିହାସର ବେଷ୍ଟ ବୋଲିଂ କରି ବିଶ୍ୱ ରେକର୍ଡ କରିଛନ୍ତି । ଇଣ୍ଡୋନେସିଆ ମହିଳା ଟିମର ବୋଲର ରୋହମାଲିୟା ରୋହମାଲିୟା ମଙ୍ଗୋଲିଆ ବିପକ୍ଷରେ ଚତୁର୍ଥ ଟି-୨୦ ଅବସରରେ ୩.୨ ଓଭର ବୋଲିଂ କରି ୩ ମେଡନ୍ ଦେବା ସହିତ ୭ଟି ୱିକେଟ ଅକ୍ତିଆର କରିଛନ୍ତି ।

ଏହା ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ ବୋଷ୍ଟ ବେଲିଂ ଫିଗର ନେଦରଲାଣ୍ଡସର ଫ୍ରେଡରିକ ଓଭରଡିଜକଙ୍କ ନାମରେ ରହିଥିଲା । ସେ ୨୦୨୧ରେ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ୟୁରୋପ କ୍ଷେତ୍ର କ୍ୱାଲିଫାୟରେ ଫ୍ରାନ୍ସ ବିପକ୍ଷରେ ୪-୨-୩-୭ ପ୍ରଦର୍ଶନ କରିଥିଲେ । ମାତ୍ର ଉକ୍ତ ରେକର୍ଡକୁ ରୋହମାଲିୟା ଭାଙ୍ଗିବା ସହିତ ୩.୨-୩-୦-୭ ରେକର୍ଡ କରିଛନ୍ତି । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡୋନୋସିଆ ୫ ୱିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲେ । ଜବାବରେ ମଙ୍ଗୋଲିଆ ୧୬.୨ ଓଭରରେ ମାତ୍ର ୨୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

Get real time updates directly on you device, subscribe now.