fbpx

ଶୁକ୍ରବାର ନାଗପଞ୍ଚମୀ, ବିଧି ଜାଣନ୍ତୁ; ଏସବୁ ଖାଆନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତ ଭଳି ଦେଶରେ ବ୍ରତ, ଉପବାସ, ପୂଜା, ଉତ୍ସବ ଆଦି ସ୍ୱତନ୍ତ୍ରତା ବହନ କରେ । ସ୍ଥାନାନୁସାରେ ପାରମ୍ପରିକ ଅନେକ ପର୍ବପର୍ବାଣି ପାଳନ କରାଯାଉଛି । ଏହା ମଧ୍ୟରେ ନାଗପଞ୍ଚମୀ ମଧ୍ୟ ଏକ ବିଶେଷ ପର୍ବ ବା ଉତ୍ସବ ଭାବେ ପାଳିତ ହେଉଛି । ଏହି ଦିବସରେ ନାଗମାନଙ୍କ ପୂଜା କଲେ ନାଗଦେବତାଙ୍କ ଆଶୀର୍ବାଦ ମିଳେ । ଏଥିସହ ଘର-ପରିବାରକୁ ନାଗ ଭୟରୁ ମୁକ୍ତି ମିଳେ । ସେହିପରି ଏହି ଦିନ ମିଠା, ଖଟା, ପିତା ଓ ରାଗ ଆଦି ୪ ପ୍ରକାର ଖାଦ୍ୟ ଖାଇଲେ ସାପମାନଙ୍କଠୁ ରକ୍ଷା ମିଳିଥାଏ । ଜାଣନ୍ତୁ କଣ ସବୁ ଖାଇବା ଉଚିତ୍:

Nagapanchami Rituals in India

ମିଠା ଖିର୍ (କ୍ଷିରୀ)

ପରମ୍ପରା ଅନୁସାରେ ଏହି ଦିନ ମିଠା ଖିର୍ ଖାଇବା ଦରକାର । ଧାର୍ମିକ ଦୃଷ୍ଟିକୋଣରୁ ଶ୍ରାବଣ ପଞ୍ଚମୀ ତିଥି ତଥା ନାଗ ପଞ୍ଚମୀ ଦିନ ଋଷି ଜରତ୍କାରୁଙ୍କ ପୁତ୍ର ଆସ୍ତିକ ମୁନୀ ନିଜ ତପୋବଳରେ ରାଜା ଜନ୍ମେଜୟ ଦ୍ୱାରା କରାଯାଇଥିବା ନାଗ ଯଜ୍ଞରେ ଜଳୁଥିବା ସାପମାନଙ୍କୁ ସୁରକ୍ଷା ଦେଇଥିଲେ । ସେହିଦିନଠାରୁ ନାଗଲୋକରେ ଏହିଦିନକୁ ଉତ୍ସବ ଭାବେ ପାଳନ କରାଗଲା । ଏହି ଦିନ କୂଳ ଦେବ-ଦେବୀ ଏବଂ ନାଗଦେବତାଙ୍କୁ ଖିର୍ ଭୋଗ କରାଯାଏ । ଏଥିସହ ମିଠା ଓ ଖଟା ସାମଗ୍ରୀ ପ୍ରସାଦ ଭାବେ ନାଗଦେବତାଙ୍କୁ ଦେବା ଦ୍ୱାରା ଅସୀମ କୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Sweet Khir

ଦହିଅନ୍ନ

ଦହିରେ ପ୍ରସ୍ତୁତ ଅନ୍ନକୁ ଘୋର୍ ଚାୱଲ୍ ବୋଲି ମଧ୍ୟ ହିନ୍ଦୀ ଭାଷାରେ କୁହାଯାଏ । ବିହାରର ମିଥିଳାଞ୍ଚଳ ସମେତ ଅନେକ ସ୍ଥାନରେ ଏହି ଖାଦ୍ୟ ବିଶେଷ ପର୍ବପର୍ବାଣୀରେ ପ୍ରସ୍ତୁତ କରାଯାଏ । ସେହିପରି ନାଗ ଦେବତାଙ୍କ ସମେତ ଅନ୍ୟ ଦେବ-ଦେବୀଙ୍କୁ ଦହିଅନ୍ନ ଭୋଗ ଲାଗି କରିବା ସହ ପ୍ରସାଦ ସେବନ କରିବା ଉଚିତ୍ ।

Curd-Rice

ଲେମ୍ବୁ

ନାଗପଞ୍ଚମୀ ଅବସରରେ ଖାଦ୍ୟରେ ଲେମ୍ବୁ ସାମିଲ୍ କରିବା ଦରକାର । କୁହାଯାଏ କି ଏହା ସେବନ କରିବା ପରେ ସାପମାନଙ୍କ ଦାନ୍ତ ମଧ୍ୟ ଖଟା ହୋଇଥାଏ । ତେଣୁ ଏହି ଦିନ ବିଧି ପୂର୍ବକ ସାପମାନଙ୍କୁ ପୂଜା କରିବା ପରେ ଲେମ୍ବୁ ଖାଇବାକୁ ଭୁଲନ୍ତୁ ନାହିଁ ।

Lembu

ନିମ (ନିମ୍ବ)ପତ୍ର

ଅନେକ ଲୋକଙ୍କ ବିଶ୍ୱାସ ଯେ ନାଗପଞ୍ଚମୀ ଦିନ ନିମପତ୍ର ଚୋବେଇ ଖାଇବା ଆବଶ୍ୟକ । ଏହି ପ୍ରଥା ବହୁ ପୁରାତନ । ଏହି ଦିନ ମିଠା, ଖଟା, ରାଗ ସମେତ ପିତା ସେବନ କଲେ ଘର-ପରିବାରକୁ ନାଗ ଦେବତାଙ୍କ କୃପା ମିଳିଥାଏ ବୋଲି ଜନମାନସରେ ବିଶ୍ୱାସ ରହିଛି ।

Neem

Get real time updates directly on you device, subscribe now.