fbpx

ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମହେନ୍ଦ୍ରଙ୍କ ବିୟୋଗ ଓଡ଼ିଆ ଯାତ୍ରା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ନିଆରା ପରିବେଷଣ ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ମହେନ୍ଦ୍ରଙ୍କ ଆତ୍ମାର ସଦଗତି କାମନା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ ଯେ ମହେନ୍ଦ୍ର ନାମ ଅପେକ୍ଷା ସେ ଭିକୁ ସେଠଙ୍କ ନାମରେ ବେଶ ପରିଚିତ ଥିଲେ । ଚୌଦ୍ୱାର ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଶାଗୁଣା ବସିଛି ଡେଣା ମେଲାଇ ନାଟକ ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଖଳନାୟକ ଭାବେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ।

Get real time updates directly on you device, subscribe now.