fbpx

ବେଙ୍ଗ ଦେହରେ ଜଳୁଛି ଲାଇଟ୍

ଇଣ୍ଟରନେଟରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ବେଙ୍ଗ ଜୁଳୁଜୁଳିଆ ପୋକକୁ ଗିଳିଦେଇଛି । କିନ୍ତୁ ପୋକ ଗିଳିବା ପରେ ବେଙ୍ଗଟିର ପେଟରୁ ଲାଇଟ୍ ବାହାରିବାରେ ଲାଗିଛି ।ଟ୍ୱିଟରେ ଏହି ଭିଡିଓକୁ ପ୍ରାୟ ୮୪ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି ।

ତେବେ ୧୪ ସେକେଣ୍ଡର ଏହି ଭିଡିଓରେ ଗୋଟିଏ ବେଙ୍ଗ କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି । କିଛି ସମୟ ପରେ ହଠାତ୍ ତା ଦେହରୁ ଆଲୋକ ବାହାରୁଛି ଓ ପରେ ଆପେ ଆପେ ବନ୍ଦ ହେଉଛି । ଆଲୋକର ଏପରି ହେବା କାରଣ ହେଉଛି, ବେଙ୍ଗଟି ଏକ ଜୁଳୁଜୁଳିଆ ପୋକକୁ ଗିଳିଦେଇଛି । ପୋକ ଯୋଗୁଁ ବେଙ୍ଗ ପେଟରେ ଆଲୋକ ଜଳୁଛି ଓ ବନ୍ଦ ହେବାରେ ଲାଗିଛି ।

Get real time updates directly on you device, subscribe now.