fbpx

୪ ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଦେଲେ ଆର୍ଥିକ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ-୨୦୨୦ର ସଫଳତା ପରେ ଓଡ଼ିଆ ହକି ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ବର୍ଦ୍ଧିତ ପୁରୁଷ ଖେଳାଳିଙ୍କ ମଧ୍ୟରେ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରହିଥିବା ବେଳେ ମହିଳା ଖେଳାଳିଙ୍କ ମଧ୍ୟରେ ଦୀପ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି । ଏଥିସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଏବଂ ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।

Birendra Lakra

Deep Grace Ekka

ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା । ସେହିପରି ମହିଳା ହକି ଦଳ ବ୍ରିଟେନ ଠାରୁ ପରାଜିତ ହୋଇ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲା । ଉଭୟ ମହିଳା ଓ ପୁରୁଷ ଦଳର ଅଲିମ୍ପିକ ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ଶୁଭେଚ୍ଛା ଜଣାଇଥିଲେ ।

Namita Toppo

Amit Rohidas

ଏପରିକି ପରାଜୟ ସମୟରେ ଭାଙ୍ଗି ନପଡ଼ି ଲଢ଼େଇ ଜାରି ରଖିବାକୁ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଦୀର୍ଘ ଦଶନ୍ଧି ପରେ ଉଭୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକରେ ଅଦ୍ଭୂତପୂର୍ବ ସଫଳତା ଅର୍ଜନ କରି ଭାରତର ଗୌରବକୁ ଦ୍ୱିଗୁଣିତ କରିଥିଲୋ । ଚଳିତ ଅଲିମ୍ପିକରେ ଭାରତ ମୋଟ ୭ଟି ପଦକ ହାସଲ କରିଥିଲା । ସେଥିମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସାମିଲ ରହିଥିଲା । ଅଲିମ୍ପିକ ଯାତ୍ରା ପରେ ଖେଳାଳିଙ୍କୁ ବିଭିନ୍ନ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସମେତ ବହୁ ଅନୁଷ୍ଠାନରୁ ଉପହାର ବର୍ଷା କରାଯାଉଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.