fbpx

କୃଷକଙ୍କ ପାଇଁ ଖୁସି ଖବର! ଏଣିକି ପ୍ରତିବର୍ଷ ୬ ହଜାର ବଦଳରେ ମିଳିବ ୩୬,୦୦୦ ଟଙ୍କା, ବାସ୍ କରିବାକୁ ପଡିବ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିଙ୍କ ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବର୍ତ୍ତମାନ ଆପଣ ଏହି ଯୋଜନା ଅଧୀନରେ ପ୍ରତି ମାସରେ ୩୦୦୦ ଟଙ୍କା ପାଇପାରିବେ । ସବୁଠାରୁ ବଡ କଥା ହେଉଛି ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଡକ୍ୟୁମେଣ୍ଟ ଦେବାକୁ ପଡିବ ନାହିଁ । ତେବେ ପିଏମ କିଷାନ ମାନ୍ ଧନ ଯୋଜନା ଅଧୀନରେ କୃଷକମାନେ ପ୍ରତିବର୍ଷ ୩୬୦୦୦ ଟଙ୍କା ପାଇପାରିବେ ।

ପିଏମ କିଷାନ ମାନ୍ ଧନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତି ମାସରେ ପେନସନ୍ ଦିଆଯାଏ । ଏହି ଯୋଜନା ଅଧୀନରେ, ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ ଟଙ୍କା ଅର୍ଥାତ୍ ବର୍ଷକୁ ୩୬୦୦୦ ଟଙ୍କା କୃଷକଙ୍କୁ ପେନସନ ଦିଆଯାଏ । ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ ଏହି ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର ।

ଜରୁରୀ ଡକ୍ୟୁମେଣ୍ଟ୍

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ କିଛି ଡକ୍ୟୁମେଣ୍ଟର ଆବଶ୍ୟକ ରହିଛି, ଯେପରିକି ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଡିଟେଲ ଇତ୍ୟାଦି । କିନ୍ତୁ ଯଦି ଆପଣ ପିଏମ କିଷାନଙ୍କ ଫାଇଦା ଉଠାଇଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରିବାର ଆବଶ୍ୟକତା ନାହିଁ ।

ଏହି ଯୋଜନାର ଲାଭ କିପରି ମିଳିବ

– ୧୮ ରୁ ୪୦ ବର୍ଷ ମଧ୍ୟରେ ଯେକୌଣସିି କୃଷକ ଏହି ଯୋଜନାର ଲାଭ ଉଠାଇ ପାରିବେ ।

– ଏଥିପାଇଁ ଯୋଗ୍ୟ ଚାଷଜମି ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ହେବା ଆବଶ୍ୟକ ।

– ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ଚାଷୀଙ୍କ ବୟସ ଅନୁଯାୟୀ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଅଂଶଦାନ କରିବାକୁ ପଡିବ ।

– ୧୮ ବର୍ଷ ବୟସରେ ଯୋଗଦେଉଥିବା କୃଷକମାନଙ୍କୁ ମାସିକ ୫୫ ଟଙ୍କା ଅଂଶଦାନ କରିବାକୁ ପଡିବ ।

– ଯଦି ଆପଣ ୩୦ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହୁଅନ୍ତିି, ତେବେ ଆପଣଙ୍କୁ ୧୧୦ ଟଙ୍କା ଜମା କରିବାକୁ ପଡିବ ।

– ଯଦି ଆପଣ ୪୦ ବର୍ଷ ବୟସରେ ଯୋଗ ଦିଅନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ପଡିବ ।

Get real time updates directly on you device, subscribe now.