ଓଡିଶା ଭାସ୍କର: ପାଖେଇ ଆସୁଛି ରଥଯାତ୍ରା। ଜଗତର ନାଥ ଜଗନ୍ନାଥ ବଡ ଦାଣ୍ଡରେ ବିଜେ କରିବେ। ସେଥିପାଇଁ ଆରମ୍ଭ ହୋଇଗଲାଣି ସାଜସଜ୍ଜା। ଏହାରି ମଧ୍ୟରେ ରଥଯାତ୍ରା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖମନ୍ତ୍ରୀ ମୋହନ ଚରଣ ମାଝୀ।
କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଯାହା ବିଷୟରେ ଦିଲ୍ଲୀରୁ ଫେରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।