fbpx

ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ; ପାଇବେ ୧୦ହଜାର ନିଯୁକ୍ତି

କଟକ: ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ। ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ୧୦ ହଜାର ନିଯୁକ୍ତି ସୁଯୋଗ। ଦକ୍ଷିଣ ଓ ପଶ୍ଚିମ ଓଡିଶାର କପା ଚାଷୀମାନେ ହେବେ ଉପକୃତ। ମହିଳାମାନଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପାଇଁ ବିପୁଳ ସୁଯୋଗ। ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଓଡିଶା ସାରା ପୃଥିବୀରେ ସୁନାମ କରିବ। ଚୌଦ୍ବାରରେ ଏହି ଶିଳ୍ପ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ। ୨୦ ବର୍ଷ ମଧ୍ୟରେ ଓଡିଶାରେ ବ୍ୟାପକ ଉନ୍ନତି ଆସିଛି, ପୁଞ୍ଜି ଆକର୍ଷଣରେ ଓଡିଶା ଶ୍ରେଷ୍ଠ ରାଜ୍ୟ। ୱେଲସ୍ପନ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଗୋଏଙ୍କା। ଓଡିଶାରେ 5T ନୀତିର ସଫଳତା ସଂପର୍କରେ ମଧ୍ୟ କହିଲେ ଶ୍ରୀ ଗୋଏଙ୍କା। ୫୦ ଦଶକରେ ବିଜୁ ବାବୁ ଚୌଦ୍ୱାରରେ ଶିଳ୍ପ ବିକାଶରେ ଭିତ୍ତି ରଖିଥିଲେ,ଆଜି ଚୌଦ୍ୱାର ତା’ର ହୃତଗୌରବ ଫେରି ପାଇବାକୁ ଯାଉଛି।

ସୂଚନାଯୋଗ୍ୟ ଯେ ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ। ଚୌଦ୍ୱାରରେ ଏହା ଏକ ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ ନିର୍ମାଣ କରୁଛି। ଏଥିପାଇଁ କମ୍ପାନୀ ୩,୦୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି। ଏହା ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ। ୨୦୨୨ ମେକ-ଇନ୍‌-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍‌ ପକ୍ଷରୁ ଏକ ଟିମ୍‌ ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗୃପ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ।

Get real time updates directly on you device, subscribe now.