fbpx
BJD SKY
BJD SKY

ପାର୍ଥ ଚାଟାର୍ଜୀଙ୍କ ଗିରଫକୁ ପ୍ରସଙ୍ଗରେ ମୁହଁ ଖୋଲିଲେ ମମତା, କହିଲେ ଅନ୍ୟାୟକୁ ଦେବେନାହିଁ ପ୍ରଶୟ

BJD

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ମୁହଁ ଖୋଲିଛନ୍ତି । ମମତା କହିଛନ୍ତି ଯେ ମୁଁ ଭ୍ରଷ୍ଟାଚାରକୁ ସମର୍ଥନ କରୁନାହଁ । ମମତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଅନ୍ୟାୟକୁ ପ୍ରଶୟ ଦେବେନାହିଁ । ସେ କହିଛନ୍ତି ସତ ସାମ୍ନାକୁ ଆସିବା ଦରକାର । ଯିଏ ପ୍ରକୃତ ଦୋଷୀଙ୍କୁ ଆଜୀବନ କାରାବାସ ଉପରେ ତାଙ୍କର ଆପତ୍ତି ନାହିଁ । ସେ ଆହୁରି କହିଛନ୍ତି ଯେ ସେ କୌଣସି ଦୁର୍ନୀତିଗ୍ରସ୍ତଙ୍କୁ ପ୍ରଶୟ ଦେଇନି କି ଦେବିନାହିଁ ।

କିନ୍ତୁ ମୋ ବିରୋଧରେ ଯେଉଁ ଅପପ୍ରଚାର ହେଉଛି ମୁଁ ତା’ର ନିନ୍ଦା କରୁଛି । ମମତା କହିଛନ୍ତି ଯେ ଯଥାଶୀଘ୍ର ସତ ସାମ୍ନାକୁ ଆସିବା ଦରାକାର । ମମତା କହିଛନ୍ତି ମୁଁ କେବେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜନୀତି କରିନି । ମୁଁ ରାଜନୀତି ଦେଶ, ସମାଜ ଏବଂ ଲୋକଙ୍କ ସେବା ପାଇଁ କରୁଛି । ମୁଁ କେବେ ଦରମା ନେଇନାହିଁ । ମୁଁ ଏହା ମଧ୍ୟ ଦାବି କରୁନାହିଁ ଯେ ମୁଁ ସନ୍ଥ ।

କିନ୍ତୁ ଯେଉଁଭଳି ଜଣେ ମହିଳାଙ୍କ ଘରେ ଟଙ୍କା ମିଳିବାକୁ ନେଇ କାଦୁଅ ଫିଙ୍ଗା ଚାଲିଛି, ଯଦି ରାଜନୀତି କରୁନଥାନ୍ତି ତେବେ ଜିଭ କାଟିଦେଇଥାନ୍ତି । ଭାଜପା ଉପରକୁ ଟାର୍ଗେଟ କରି ସେ କହିଛନ୍ତି  ଏଜେନ୍ସୀର ଦୂରୁପଯୋଗ କରନ୍ତୁ କିନ୍ତୁ ଯଦି ପାର୍ଟୀକୁ ଭାଙ୍ଗିବାକୁ ଚେଷ୍ଟା କରିବେ ତେବେ ଏହା ବରଦାସ୍ତ କରାଯିବନି । ସେହି ମହିଳାଙ୍କ ସହ ନା ତ’ ପାର୍ଟୀର ସମ୍ବନ୍ଧ ଅଛି ନା ପୁଣି ସରକାରଙ୍କ ସହ, ଏହି ମାମଲାରେ ତିନି ମାସରେ ବିଚାର ହେଉ ।

ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଘୋଟାଲାରେ ଇଡି ମମତା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି । ଏହା ବ୍ୟତୀତ ଅନେକ ସ୍ଥାନରେ ରେଡ୍ କରାଯାଇଛି ଏବଂ ତାଙ୍କର ଆୟବହିର୍ଭୂତ ସମ୍ପତ୍ତିର ଠାବ ହୋଇଛି ।

Get real time updates directly on you device, subscribe now.