fbpx

ବାରିପଦାରେ ନୂଆ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Advertisement

ବାରିପଦା(ଓଡ଼ିଶା ଭାସ୍କର): ବାରିପଦାରେ ପହଞ୍ଚି ନୂଆ ସ୍ମାର୍ଟ କାର୍ଡ ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ନବୀନ । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି ଯେ, ‘ମୟୂରଭଞ୍ଜକୁ ଆସି ମୁଁ ବହୁତ ଖୁସି । ମୟୂରଭଞ୍ଜ ହେଉଛି କଳାର ଭୂମି । ରାଜ୍ୟକୁ ଗୌରାବାନ୍ୱିତ କରିଛି ମୟୂରଭଞ୍ଜ । ପାନୟ ଜଳ ଯୋଗାଇବା ଆମର ପ୍ରାଥମିକତା । ଓଡ଼ିଆ ସ୍ୱାସ୍ଥ୍ୟ ଇତିହାସରେ ନୂଆ ଇତିହାସ ସୃଷ୍ଟି କରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଦିଆଯାଉଛି । ଏହି କାର୍ଡ ଜରିଆରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଆମ ପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ । ପରିବାର ପାଇଁ ୫ ଲକ୍ଷ ଓ ମା’ଙ୍କ ପାଇଁ ୧୦ ଲକ୍ଷର ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶର ଏକ ମାଇଲଖୁଣ୍ଟ ।

Get real time updates directly on you device, subscribe now.