fbpx
BJD
BJD SKY
BJD SKY

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ହାଇଦ୍ରାବାଦ, ୯ା୪: ତେଲେଙ୍ଗାନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନିୟମ ନ ମାନିଲେ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । କରୋନାର ପ୍ରଭାବକୁ ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ରାଜ୍ୟରେ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ସରକାର ଲକଡାଉନକୁ ମେ ମାସ ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିସହ ଦୋକାନ ବଜାର ଖୋଲିବା ନେଇ କଟକଣା ଜାରି କରାଯାଇଛି । ହସ୍ପିଟାଲ ଓ ଫାର୍ମାସି ସହିତ ଅନ୍ୟ ଜରୁରୀକାଳୀନ ସେବାକୁ ଅନୁମତି ପ୍ରଦାନ କରାଯାଇଛି । ବେସରକାରୀ ଅଫିସଗୁଡ଼ିକ ୩୩ ପ୍ରତିଶତ ସୀମିତ ଷ୍ଟାଫରେ କାର୍ଯ୍ୟ ଜାରି ରଖିବେ । ଅନ୍ୟ କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.