fbpx

ପିତାଙ୍କ ଅନ୍ତିମ ସଂସ୍କାରକୁ ଯାଇପାରିବେନି ଯୋଗୀ, ଏହା ହେଉଛି କାରଣ

ଲଖନଉ,୨୦ ।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ପିତା ଆନନ୍ଦ ସିଂହ ବିଷ୍ଟଙ୍କ ଅନ୍ତିମ ସଂସ୍କାର ସାମିଲ ହୋଇପାରିବେ ନାହିଁ । ପିତାଙ୍କ ଦେହାନ୍ତ ପରେ ଯୋଗୀ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱ ମହାମାରୀ କରୋନା ଭାଇରସ ବିରୋଧରେ ଲଢାଇ ଜାରି ରହିଥିବା କାରଣରୁ ମୁଁ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିବି ନାହିଁ । ଲକ୍-ଡାଉନ୍ ସରିବା ପରେ ଦର୍ଶନ ପାଇଁ ଯିବି ।’ ପିତାଙ୍କୁ ଅନ୍ତିମ ଥର ପାଇଁ ଦେଖା କରିବାକୁ ଇଛା ଥିଲେ ବି କରୋନା ପାଇଁ ଯାଇପାରୁ ନାହିଁ ବୋଲି ସେ ଚିଠିରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ଆଜି ଆଜି ସକାଳ ୧୦ଟା ୪୦ ମିନିଟରେ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ କିଛି ଦିନ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

Get real time updates directly on you device, subscribe now.