fbpx

ପାଣିରେ ବି କରୋନା ଭାଇରସ୍

ମହାମାରୀ କରୋନା ଭାଇରସ ବିଷୟରେ ଯେତେ ସର୍ଭେ ହେଉଛି, ସେତେ ନୂଆ ନୂଆ ତଥ୍ୟା ସାମନାକୁ ଆସୁଛି । ବର୍ତ୍ତମାନ ସମୟରେ ବୈଜ୍ଞାନିକମାନେ କରୋନାର ଚିକିତ୍ସା ଓ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବାୟୁରେ କରୋନା ଭାଇରସ୍ ଘଣ୍ଟା ଘଣ୍ଟା ଧରି ବଞ୍ଚିପାରେ ବୋଲି ପୂର୍ବରୁ ବୈଜ୍ଞନିକମାନେ କହିଥିଲେ, ଫଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣି ଆପଣ ମଧ୍ୟ ଭୟଭୀତ ହୋଇଯିବେ । ଫ୍ରାନ୍ସରେ ଏହି କରୋନା ଭାଇରସ ପାଣିରେ ଉପସ୍ଥିତ ଥିବା ଜଣାପଡିଛିି । କିନ୍ତୁ ତାହା ପିଇବା ପାଣି ନଥିଲା, ବରଂ ସଫା କରିବା ଓ ବଗିଚା କାମରେ ବ୍ୟବହୃତ ପାଣିରେ ରହିଥିବା ପ୍ରମାଣିତ ହୋଇଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଯଦି ଗୋଟିଏ ସ୍ଥାନର ପାଣିରେ କରୋନା ରହୁପାରୁଛି, ତେବେ ଅନ୍ୟ ସ୍ଥାନର ପାଣିକୁ ସଂକ୍ରମିତ କରିପାରିବ ନାହିଁ କି?

ଫ୍ରାନ୍ସ ରାଜଧାନୀ ପ୍ୟାରିସର ରାସ୍ତା ସଫା ପାଇଁ ଓ ବଗିଚା ପାଇଁ ବ୍ୟବହୃତ ହେଉଥିବା ପାଣିରେ କରୋନା ଥିବା ଜଣାପଡିବା ପରେ ପାଣି ସପ୍ଲାଏ ବନ୍ଦ କରାଯାଇଛି । ତେବେ ସେମାନଙ୍କ ପିଇବା ପାଣି କରୋନା ମୁକ୍ତ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.