fbpx

ଗୋରଖପୁରରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ଯୋଗୀ, UP ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା BJP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁପି ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁର ଆସନରୁ ଲଢ଼ିବେ । ପ୍ରଥମ ପର୍ଯ୍ୟାୟରେ ୫୭ ଜଣଙ୍କ ନାମ ପ୍ରକାଶ କରିଛି ବିଜେପି । ଏନେଇ ପ୍ରେସମିଟରେ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୟୁପି ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାଥମିକ ପର୍ଯ୍ୟାୟରେ ୧୭୨ ଜଣଙ୍କ ନାମ ଘୋଷଣା କରିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ୟୁପି ବିଧାନସଭାର ମୋଟ ୪୦୩ଟି ସିଟ ପାଇଁ ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ରେ, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ରେ, ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩ରେ, ପଞ୍ଚମ ପର୍ଯ୍ୟାୟ ଫେବୃଆରୀ ୨୭ରେ, ଷଷ୍ଠ ପର୍ଯ୍ୟାୟ ମାର୍ଚ୍ଚ ୩ରେ ଓ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବ । ୟୁପି ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ ୧୪ ତାରିଖରେ ସମାପ୍ତ ହେବାକୁ ଥିବାବେଳେ ଏହି ସମୟ ପୂର୍ବରୁ ନୂଆ ସରକାର ଗଠନ ନେଇ ପ୍ରକ୍ରିୟା ଜାରି ରହିଛି ।

Get real time updates directly on you device, subscribe now.