fbpx
BJD SKY
BJD SKY

ବେଲଗାମ୍ ଘୋଡ଼ାକୁ କଣ୍ଟ୍ରୋଲ କରିବା ନିହାତି ଦରକାର, ଯୋଗୀ କାହାକୁ ଏପରି କହିଲେ?

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବୟାନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆକୁ ଯୋଗୀ ଏକ ବେଲଗାମ୍ ଘୋଡ଼ା ବୋଲି ଆକ୍ଷେପ କରିଛନ୍ତି । ଏଥିସହ ଏହାକୁ କଣ୍ଟ୍ରୋଲ କରିବାକୁ ବିଜେପି ଆଇଟି ସେଲକୁ ନିର୍ଦ୍ଦେଶ ଦେବା ସହ ସାବଧାନ ନହେଲେ ମିଡିଆ ଟ୍ରାଏଲର ଶିକାର ହେବାକୁ ପଡ଼ିବ ବୋଲି ସେ ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ଚେତାବନୀ ଦେଇଛନ୍ତି ।

ଯୋଗୀ କହିଛନ୍ତି ଯେ, ପୂର୍ବରୁ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକମାନେ ଅଧିକ ଶକ୍ତିଶାଳୀ ଥିଲେ । ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆ ଉପରେ କାହାର ନିୟନ୍ତ୍ରଣ ନାହିଁ । ସତର୍କ ନହେଲେ ମିଡିଆ ଟ୍ରାଏଲର ଶିକାର ହେବାକୁ ପଡ଼ିବ । ଏପରି ବେଲଗାମ ଘୋଡ଼ାକୁ ନିୟନ୍ତ୍ରଣ କରିବାକୁ ହେଲେ ଆମ ପାଖରେ ସେହି ଧରଣର ପ୍ରଶିକ୍ଷଣ ଓ ପ୍ରସ୍ତୁତି ନିହାତି ଆବଶ୍ୟକ ବୋଲି ସେ କହିଥିଲେ ।

Get real time updates directly on you device, subscribe now.