fbpx

ମୋଦୀଙ୍କ ଗାଡି ପଛେ ପଛେ ଚାଲିଲେ ମୁଖ୍ୟମନ୍ତ୍ରୀ ଯୋଗୀ, ତାତ୍ସଲ୍ୟ କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ସୁଲତାନପୁର ପହଞ୍ଚିଥିଲେ। ଏଠାରେ ମୋଦୀ ଓ ଯୋଗୀ ସୁଲତାନପୁରରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଓ୍ଵେର ଲୋକାର୍ପଣ କରିଛନ୍ତି। ହେଲେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଓ୍ଵେର ଲୋକାର୍ପଣ କାର୍ଯ୍ୟକ୍ରମ ସଂପର୍କିତ ଏକ ଭିଡିଓ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପରିହାସ କରିଛନ୍ତି ଅଖିଳେଶ ଯାଦବ।
ଅଖିଳେଶ ଯାଦବ ଭିଡିଓ ଟ୍ଵିଟ୍ କରିଛନ୍ତି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାଲୁଛନ୍ତି ଏବଂ ତାଙ୍କ ଆଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡି ଯାଉଛି। ପିଏମ ମୋଦୀଙ୍କ ଗାଡି ପଛରେ ଚାଲି ଚାଲି ଯାଉଥିବା ଯୋଗୀଙ୍କ ଭିଡିଓ ଟ୍ଵିଟ୍ କରି ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ତୁମେ ଆମ ସ୍ଵାଗତର ଭଲ ମୂଲ୍ୟ ଦେଇଛ। ଜନତାଙ୍କ ପୂର୍ବରୁ ତୁମେ ହିଁ ଆମକୁ ପାଦରେ ଚଲାଇ ଦେଲ।

ଅଖିଳେଶ ଯେଉଁ ଭିଡିଓ ଟ୍ଵିଟ୍ କରିଛନ୍ତି, ସେଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ଗାଡି ପଛରେ ଚାଲି ଚାଲି ଯାଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଅଖିଳେଶ ଯାଦବ ଏବଂ ବିଜେପି ମଧ୍ୟରେ ଏକ୍ସପ୍ରେସ୍ ଓ୍ଵେର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଚାଲିଛି। ସମାଜବାଦୀ ପାର୍ଟି ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଅଖିଳେଶଙ୍କ ଦାବିକୁ ଖଣ୍ଡନ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଏହାର ଶିଳାନ୍ୟାସ୍ କରିଥିଲେ ଏବଂ ସେ ହିଁ ଏହାର ଲୋକାର୍ପଣ କରିବେ।

Get real time updates directly on you device, subscribe now.