fbpx
BSKY
BJD SHG SKY
BJD YOUTH SKY

କଟକରେ କରୋନା ସ୍ଥିତିକୁ ନେଇ କ’ଣ କହିଲେ କମିଶନର?

କଟକ,୨ ।୮(ଓଡିଶା ଭାସ୍କର): କଟକରେ କରୋନା ସ୍ଥିତି ନେଇ ଆଜି ତାଜା ଅପଡେଟ ଦେଇଛନ୍ତି ରାଜ୍ୟ ସରକାର । ସିଏମସି କମିଶନର ଅନନ୍ୟା ଦାସ କହିଛନ୍ତି ଯେ, ‘କଟକରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ ଶହରୁ କମ୍ ରହିଛି । ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଜୋର ଦିଆଯାଇଛି । ଗ୍ରାମାଞ୍ଚଳରେ ନମୁନା ପରୀକ୍ଷା ପାଇଁ ୧୩ଟି ଟିମ୍ କାମ କରୁଛି । ସିଏମସି ଅଞ୍ଚଳରେ ମଧ୍ୟ ୮ଟି ଟିମ୍ ନମୁନା ସଂଗ୍ରହ କରୁଛନ୍ତି । କଟକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୧୨ ଶହ ଶଯ୍ୟାର ସୁବିଧା ରହିଛି । ଶଯ୍ୟା ସଂଖ୍ୟା ଆହୁରି ବଢାଇବାକୁ ଯୋଜନା ରହିଛି । ପୁରୁଣା ରାଉସପାଟଣାର କିଛି ଜାଗାରୁ କଣ୍ଟେନମେଣ୍ଟ ଜୋନ ହଟିବ । କୋଭିଡ କାହାକୁ ବି ହୋଇପାରେ । ହେଲେ ଏଥିପାଇଁ କାହାକୁ ସାମାଜିକ ବାସିନ୍ଦା କରିବା ଠିକ୍ ନୁହେଁ ବୋଲି କମିଶନର କହିଛନ୍ତି ।

ଏହା ସହିତ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଯେ, କଟକରେ ମୋଟ ୨୨୭୯ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସହରରୁ ୧୦୦୦ ଓ ଗ୍ରାମାଞ୍ଚଳରୁ ୧୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସହରରେ ୪୮୦ ଓ ଗ୍ରାମାଞ୍ଚଳରେ ୩୮୦ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.