ନୂଆଦିଲ୍ଲୀ,୯ ।୨: ଅନଲାଇନ ଠକେଇ ଦିନକୁ ଦିନ ବଢିଚାଲିଥିବା ବେଳେ ଏହାର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ । ଏକ ପୁରୁଣା ସୋଫାକୁ ଅନଲାଇନ ଆପ୍ OLXରେ ବିକ୍ରି କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଝିଅଠୁ ୩୪ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଲୁଟେରା । ଏନେଇ ଦିଲ୍ଲୀ ସିଭିଲ ଲାଇନ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।
ତେବେ ଲୁଟେରା ନିଜକୁ ସୋଫାର କଷ୍ଟମର ଭାବେ ପରିଚିତ କରାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଝିଅର ବିଶ୍ୱାସ ଜିତିବା ପାଇଁ ସେ ପ୍ରଥମେ ତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଇଲା । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ବାରମ୍ବାର ବାର କୋଡ ସ୍କାନ୍ କରିବାକୁ କହିଥିଲା । ବାର ସ୍କାନ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୨୦ ହଜାର ଓ ପରେ ୧୪ ହଜାର ଟଙ୍କା ଡେବିଟ୍ ହୋଇଥିଲା ।