fbpx

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ, ୮|୪ (ଓଡିଶା ଭାସ୍କର) : କଟକରେ କୋଚିଂ ସେଣ୍ଟର ସିଲ୍ । କୋଭିଡ୍ ନିୟମ ଉଲଂଘନ କରିଥିବାରୁ କଟକର ମହିନ୍ଦ୍ରା କୋଚିଂ ସେଣ୍ଟରକୁ ଆଜି ସକାଳୁ ସକାଳୁ ସିଲ୍ କରାଯାଇଛି । ଏହାକୁ ସିଲ୍ କରିଛି ସିଏମସି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଉକ୍ତ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀ ମାନଙ୍କୁ ସାମାଜିକ ଦୁରତା ଅବଲମ୍ବନ କରି କ୍ଲାସ୍ କରାଯାଉଥିବା । ଏନେଇ ଖବର ପାଇ ସେଠାରେ ଚଢ଼ାଉ କରିଥିଲା ସିଏମସି ।

ସୁଚନାଯୋଗ୍ୟ, ରାଜ୍ୟରେ ବେକାବୁ ହେବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୭୯ ଟି ନୁଆ ମାମଲା ସାମନାକୁ ଆସିଛି । ଯାହା ସରକାରଙ୍କ ଚିନ୍ତା ବଢ଼ାଇଛି । ତେଣୁ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ କୋଭିଡ୍ ନିୟମକୁ କଡାକଡି କରାଯାଇଛି ।

Get real time updates directly on you device, subscribe now.