fbpx

ପ୍ରଥମେ ସୃଷ୍ଟି ହେଲା ବିଜୁଳି ସଙ୍କଟ, ଏବେ କେନ୍ଦ୍ର ସରକାର ବିକ୍ରି କରିଦେବେ କୋଇଲା ସେକ୍ଟର! ଏହା କ’ଣ ସତ

ନୂଆଦିଲ୍ଲୀ: ଗତ ସପ୍ତାହରେ ଦେଶରେ ବିଜୁଳି ସଙ୍କଟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ସମସ୍ତ ଷ୍ଟକ ମାତ୍ର ୪ ଦିନରେ ଶେଷ ହୋଇଯିବ ବୋଲି କୁହାଯାଉଥିଲା । ତେବେ ଏହି ଚର୍ଚ୍ଚା ଜୋର ହେବା ପରେ ଏନେଇ ନିଜର ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂହ । ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ କୋଇଲା ଷ୍ଟକ ରହିଛି । ଆଗାମୀ ଦିନରେ ଏହି ଏହି ଷ୍ଟକର ମାତ୍ରା ବୃଦ୍ଧି ପାଇବ । ଯଦି ସେଭଳି କୌଣସି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଦେଶବାସୀଙ୍କୁ ଜଣାଇ ଦିଆଯିବ । ତେଣୁ ଏନେଇ ଭ୍ରମରେ ନ ପଡ଼ିବାକୁ ପ୍ରେସ୍ କନଫରେନ୍ସ ମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ଶ୍ରୀ ସିଂହ ।

ତେବେ ବର୍ତ୍ତମାନ ଝାଡ଼ଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଡା. ଅଜୟ କୁମାରଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଜୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କେନ୍ଦ୍ର ସରକାରଙ୍କ କୋଇଲା ଶିଳ୍ପର ଘରୋଇକରଣ ନେଇ ପତ୍ର ଲେଖିଛନ୍ତି । ଦେଶରେ କୋଇଲା ସଙ୍କଟ ନଥିଲେ ହେଁ ବିଜେପି ଜାଣିଶୁଣି ଏପରି ପରିସ୍ଥିତି ସୃଷ୍ଟି କରିଛି । ଯଦି କେନ୍ଦ୍ର ସରକାର ଏହି ପଦକ୍ଷେପ ନିଅନ୍ତି, ସବୁଠାରୁ ବୃହତ୍ କୋଇଲା ଉତ୍ପାଦନ ରାଜ୍ୟ ଭାବେ ଏହାର ପ୍ରତିକୂଳ ପ୍ରଭାବ ଝାଡ଼ଖଣ୍ଡ ଉପରେ ପଡ଼ିବ । ତେଣୁ ଏହି ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରିବାକୁ ଅଜୟ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଏ ଦିଗରେ ଆଗକୁ ଆସିଲେ ପ୍ରାକୃତିକ ସମ୍ପଦ ଓ ଆଦିବାସୀଙ୍କ ରକ୍ଷା ହୋଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.