fbpx

୬୦୨ କୋଟି ନିବେଶ ସଂଗ୍ରହ କଲା Aviom India; ମହିଳାଙ୍କ ଉନ୍ନତିରେ ଖର୍ଚ୍ଚ ହେବ ଅର୍ଥ

ନୂଆଦିଲ୍ଲୀ: ହାଉସିଂ ଫାଇନାନ୍ସ କମ୍ପାନୀ ଆଭିଓମ ନିବେଶରୁ ସଂଗ୍ରହ କରିଛି ୬୦୨ କୋଟି ଟଙ୍କା । ସୋମବାର ସାବ୍ରେ ପାର୍ଟନର୍ସଙ୍କ ନିବେଶରୁ ଏହି ଅର୍ଥ ସଂଗ୍ରହ କରିଛି ଆଭିଓମ୍ । ଇକ୍ୱିଟୀ ଫାଇନାନ୍ସିଂ ଜରିଆରେ ସଂଗୃହୀତ ଏହି ଅର୍ଥକୁ କମ୍ପାନୀ ନିଜର ଅପରେସନରେ ହିଁ ଖର୍ଚ୍ଚ କରିବ ବୋଲି ଜଣାପଡିଛି । ମହିଳାଙ୍କୁ ଋଣ ପ୍ରଦାନ କରୁଥିବା ଏହି କମ୍ପାନୀକୁ ମାତ୍ର ୫ ବର୍ଷ ପୁରିଥିବା ବେଳେ ଏହା ଗ୍ରାମାଞ୍ଚଳରେ ହିଁ କାମ କରିଥାଏ । ଆଗାମୀ ଦିନରେ ମହିଳାଙ୍କ ଉନ୍ନତି ପାଇଁ ଏହି ଅର୍ଥ ନିବେଶ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ମହିଳାଙ୍କ ଉନ୍ନତି ପାଇଁ କାମ କରୁଥିବା ଏଭଳି ଏକ ପାର୍ଟନର ମିଳିବା ଆମ ପାଇଁ ଖୁସିର ବିଷୟ ବୋଲି ଆଭିଓମ ପ୍ରତିଷ୍ଠାତା କାଜଲ ଇଲମି ପ୍ରକାଶ କରିଛନ୍ତି । ନିର୍ମାଣ ସହିତ ସ୍ୱଚ୍ଛତା ଓ ପୁନଃନିର୍ମାଣ ପାଇଁ କମ୍ପାନୀ ଋଣ ଦେଉଥିବା ବେଳେ ସମ୍ପତ୍ତି ବିପକ୍ଷରେ ମଧ୍ୟ ଋଣ ପ୍ରଦାନ କରିଥାଏ । ପୂର୍ବରୁ ସର୍ବାଧିକ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଥିବା କମ୍ପାନୀ ବର୍ତ୍ତମାନ ୫୦ ହଜାରରୁ ୫ ଲକ୍ଷ ଯାଏଁ ଋଣ ପ୍ରଦାନ କରିବ । ଏହା ବ୍ୟତିତ ଶକ୍ତି ଚ୍ୟାନେଲ ମାଧ୍ୟମରେ କମ୍ପାନୀ ୧୮ ହଜାର ମହିଳାଙ୍କୁ ଋଣ ପ୍ରଦାନ କରିଛି । ବର୍ତ୍ତମାନ ସୁଦ୍ଧା ଏହି କମ୍ପାନୀ ୧୪ଟି ରାଜ୍ୟରେ କାମ କରୁଥିବା ବେଳେ ୧୦୦ରୁ ଅଧିକ ବ୍ରାଞ୍ଚ ରହିଥିବା ଜଣାପଡିଛି । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କମ୍ପାନୀ ୪୬୫ କୋଟିର ଲୋନ ବିତରଣ କରିଥିବା ବେଳେ ୨୦୨୨ ସୁଦ୍ଧା ଏହା ୧୦୦୦ କୋଟିର ଋଣ ବିତରଣ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.