fbpx

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ମାମଲାରେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ, ପ୍ରତିକ୍ରିୟାରେ ଏପରି କହିଲେ ଦିବ୍ୟଶଙ୍କର

ବଲାଙ୍ଗିର(ଓଡ଼ିଶା ଭାସ୍କର): ପୋଲିସ ହେପାଜତରୁ ସ୍କୁଲ ସଭାପତି ଚମ୍ପଟ ମାରିବା ଘଟଣା ଏବେ ରାଜନୀତି ଆଡକୁ ମୁହାଁଇବାରେ ଲାଗିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରିବା ପରେ ବି ନ ଥମି ପୁଣି କୁହୁଳୁଛି ମାମଲା । କେସିଙ୍ଗା ଥାନା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗତକାଲି ରାତିରୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଛନ୍ତି । ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ‘ମନ୍ତ୍ରୀଙ୍କ ଚାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଖସାଇ ଦେଇଛି ।’ ତେବେ ୮ ତାରିଖ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ସ୍କୁଲ ଯିବା ବେଳେ ଚନ୍ଦତରା ଛକ ନିକଟରୁ ନିଖୋଜ ହୋଇଥିଲେ । ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ କଳାହାଣ୍ଡିର ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଛାନଭିନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜବତ ହୋଇଥିଲା । ୧୦ ଦିନ ପରେ ବି ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଅଛନ୍ତି । ଅପହରଣ ପଛରେ ଗୋବିନ୍ଦ ସାହୁଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ଗତକାଲି ରାତିରୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚମ୍ପଟ ମାରିଥିବା ଜଣାପଡିଛି ।

ଅନ୍ୟପଟେ ଥାନାରୁ ଅଭିଯୁକ୍ତ ଚମ୍ପଟ ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ମନ୍ତ୍ରୀ କହିଛନ୍ତି ଯେ, ‘ଆଇନ ତା ବାଟରେ ଯିବ । ବ୍ୟବସ୍ଥା ଉପରେ ବିଶ୍ୱାସ ରହିଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।’

Get real time updates directly on you device, subscribe now.