fbpx

ଦୁଇ ମହିଳାଙ୍କ ଉପରେ ଚଢ଼ିଗଲା ପୋଲିସ ଭ୍ୟାନ, ଘଟଣାସ୍ଥଳରେ ଜଣକର ମୃତ୍ୟୁ

 

ନୂଆଦିଲ୍ଲୀ: ପୋଲିସ ଗାଡ଼ି ଚଢ଼ିଯିବାରୁ ଦୁଇ ମହିଳାଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ଜଳନ୍ଧରରେ । ଉଭୟ ମହିଳାଙ୍କ ମଧ୍ୟରୁ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ଛାଡ଼ି ଦେଇ ପଳାଇଥିଲା ପୋଲିସ ଗାଡ଼ି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁମିଳିଥିଲା । ନ୍ୟାୟ ଦାବିରେ ମୃତକଙ୍କ ସମ୍ପକୀୟ ରାସ୍ତାରୋକ କରିଥିଲେ  । ଜଳନ୍ଧର-ଫାଗୱାଡ଼ା ଜାତୀୟ ରାଜପଥ ନିକଟସ୍ଥ ଧାନାୱାଲି ନିକଟରେ ଘଟିଛି ଏହି ଘଟଣା । ତୀବ୍ର ଗତିରେ ଆସୁଥିବା ପୋଲିସ ଗାଡ଼ି ଦୁଇ ମହିଳାଙ୍କୁ ଧକ୍କା ନେଇ ସେଠାରୁ ପଳାଇଥିଲା ।

ଘଟଣା ଅନୁଯାୟୀ ଦୁଇ ମହିଳା ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ପୋଲିସ ଗାଡ଼ି ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଦୁର୍ଘଟଣାରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସଧୀନ ଅଛନ୍ତି । ମୃତ ମହିଳା ନବଜୋତ କୌର କାମକୁ ଯାଉଥିବାବେଳେ ନିଜ ବନ୍ଧୁଙ୍କ ସହ ରାସ୍ତା ପାର ହେଉଥିବା ସମୟରେ ଏହି ଗାଡ଼ି ତାଙ୍କ ଉପରେ ଚଢ଼ିଯାଇଥିଲା ।

ସେପଟେ ମୃତକଙ୍କ ପରିବାର ଲୋକ ନ୍ୟାୟ ଦାବିରେ ଘଟଣା ସ୍ଥଳରେ ରାସ୍ତାରୋକ କରିଛନ୍ତି । ଫଳରେ ଟ୍ରାଫିକ ଜାମ୍ ର ପରିସ୍ଥିତି ଉପୁଜିଛି । ତେବେ ପୋଲିସ ବିକ୍ଷୋଭକାରୀଙ୍କୁ ହଟାଇବାକୁ ଚେଷ୍ଟା କରୁଛି । ସେପଟେ ଏସିପି ବଲବିନ୍ଦର ଇକବାଲ ସିଂହ କାହଲୋ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଇବା ସହ ଘଟଣାର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବାନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.