fbpx

ରାନୁ ମଣ୍ଡଳ ଗାଇଲେ ‘ବଚପନ୍ କା ପ୍ୟାର’; ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଳୀ: ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାରେ । ବିଗତ ମାସରେ ମାନିକେ ମାଗେ ହିଥେ ଗାଇଥିବା ରାନୁ ପୁଣି ଏକ ଗୀତ ଗାଇଛନ୍ତି ଯାହାର ଭିଡିଓ ବେଶ ଭାଇରାଲ ହୋଇଛି । ସୋମବାର ଭାଇରାଲ ହୋଇଥିବା ଏହି ଭିଡିଓରେ ରାନୁ ବଚପନ୍ କା ପ୍ୟାର ଗୀତ ଗାଉଥିବା ଦେଖିବାକୁ ମିଳିଛି । ୟୁଟ୍ୟୁବର ରୋନେ୍ଧାନ ପରିଚୟଙ୍କ ଚ୍ୟାନେଲରେ ଏହି ଭିଡିଓଟି ପୋଷ୍ଟ ହୋଇଥିଲା । ଭିଡିଓଟିକୁ ୫ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଥିବା ବେଳେ ଏହାକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବଚପନ କା ପ୍ୟାର ଗୀତଟିକୁ ସହଦେବ ଡିର୍ଡୋ ନାମକ ଯୁବକ ଗାଇଥିଲା । ଭିଡିଓଟି ବେଶ ଭାଇରାଲ ହେବା ପରେ ରାପର ବାଦଶାହ ଏହାକୁ ନେଇ ଏକ ଗୀତ ମଧ୍ୟ ବନାଇଥିଲେ । ୨୦୧୯ ଯାଏଁ ରେଲୱେ ଷ୍ଟେସନରେ ଭିକ ମାଗି ଚଳୁଥିବା ରାନୁଙ୍କ ସ୍ୱରରେ ପ୍ରଭାବିତ ହୋଇଥିଲେ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ । ଅତିନ୍ଦ୍ର ରାନୁଙ୍କ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ମାତ୍ର କିଛି ଦିନ ମଧ୍ୟରେ ଏହାକୁ ୨୫ ଲକ୍ଷ ଲୋକ ଦେଖିଥିଲେ । ଏହାପରେ ରାନୁଙ୍କୁ ମୁମ୍ବାଇରେ ଏକ ରିୟଲିଟି ଶୋରେ ଯୋଗ ଦେବାର ସୁଯୋଗ ମିଳେ । ଏହି ରିୟଲିଟି ଶୋରେ ହିମେଶ ରେଶମିୟା ରାନୁଙ୍କୁ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନିଅନ୍ତି । ଏପରିକି ଏହାପରେ ରାନୁ ହିମେଶ ରେଶମିୟାଙ୍କ ଫିଲ୍ମ ତେରି ମେରୀ କାହାନୀ ସମେତ ଆଦତ ଓ ହାପି ହାର୍ଡି ଆଣ୍ଡ ହିରରେ ଗୀତ ଗାଇଥିଲେ ।
ଦେଖନ୍ତୁ ଭିଡିଓ……

Get real time updates directly on you device, subscribe now.