fbpx

ବଢ଼ିଚାଲିଛି କୋଇଲା ସଙ୍କଟ: PMOରେ ଆଜି ବସିବ ବୈଠକ, ଅନେକ ରାଜ୍ୟ ଅନ୍ଧାର ହେବାର ଆଶଙ୍କା

ନୂଆଦିଲ୍ଲୀ: ଭାରତର ଅନେକ ରାଜ୍ୟରେ କୋଇଲା ସଙ୍କଟ ଚିନ୍ତାର କାରଣ ସାଜିଛି । ଭାରତରେ କୋଇଲା ସଙ୍କଟକୁ ନେଇ ଆଜି ଏକ ବଡ଼ ବୈଠକ ହେବାକୁ ଯାଉଛି । ବର୍ତ୍ତମାନର ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋଇଲା ଓ ଶକ୍ତି ସଚିବ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୂଚନା ଦେବେ । କୋଇଲା ଅଭାବର ଖବର ପରେ କିଛି ଅଞ୍ଚଳରେ ବ୍ଲାକଆଉଟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଆଲର୍ଟ ହୋଇଛନ୍ତି । ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।

ତେବେ ପିଏମଓରେ ଶକ୍ତି ଓ କୋଇଲା ମନ୍ତ୍ରଣାଳୟର ସଚିବ ଆଜି ବର୍ତ୍ତମାନ ସ୍ଥିତିର ସୂଚନା ଦେବେ । ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ବିଗୁଡ଼ୁଥିବା ଅବସ୍ଥାକୁ ନେଇ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି । ଅବଶ୍ୟ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ଭରସା ଦେବା ସହିତ ଏହାକୁ ଅନାବଶ୍ୟକ ଭୟ ବୋଲି କହିଛନ୍ତି ଓ DISCOMsକୁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.