fbpx

ଖରାରେ ବୁଲି ମଳିନ ପଡିଛି କି ଚେହେରା ? ମୁହଁରେ ଚମକ ଆଣିବ କଫି ଫେସ୍‌ ପ୍ୟାକ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଭୁବନେଶ୍ବର: ସାଧାରଣତଃ କଫି ପିଇବାକୁ ସମସ୍ତେ ପସନ୍ଦ କରନ୍ତି । କାହିଁକି ନା ସକାଳୁ ଉଠିବା ମାତ୍ରେ କଫି ବା ଚା ପିଇବା ଦ୍ୱାରା ସତେଜ ଲାଗେ । ଏହାକୁ କେବଳ ପିଇବା ହିଁ ନୁହେଁ ବରଂ ଏହା ଆପଣ ତ୍ୱଚାରେ ଲଗାଇ ପାରିବେ । ଯାହା ଦ୍ୱାରା ଆପଣଙ୍କୁ ମଧ୍ୟ ସତେଜ ଲାଗିବ । ହଁ, କଫି ଆମ ମୁହଁରେ ଚମକ ଆଣିଥାଏ । ଅନେକ ଉପାୟରେ ଆପଣଙ୍କ ଶରୀରରେ ଏବଂ ମୁହଁରେ କଫି ଲଗାଇବା ଦ୍ୱାରା ଆପଣ ନିଜକୁ ସୁନ୍ଦର କରିପାରିବେ ।

ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ଏହାକୁ ନିଜ ତ୍ୱଚାରେ ବ୍ୟବହାର କରିପାରିବେ । କଫିରେ ଫେସ୍‌ ପ୍ୟାକ୍‌ ତିଆରି କରିବାକୁ, ସର୍ବପ୍ରଥମେ ତିନିରୁ ଚାରି ଚାମଚ କଫି ନିଅନ୍ତୁ । ସେଥିରେ ଏକ ଚାମଚ ନଡ଼ିଆ ତେଲ, ଗୋଲାପ ଜଳ ଏବଂ ମହୁ ମିଶାନ୍ତୁ । ଏସବୁକୁ ଏକାଠି ମିଶାଇ ମୁହଁକୁ ସଫା କରି ୨୫ ମିନିଟ୍‌ ପାଇଁ ରଖନ୍ତୁ । ଏହା ଶୁଖିବା ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ବାରମ୍ବାର ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚାର ଚମକାଇବ ସହ ପିମ୍ପଲ୍‌ ମଧ୍ୟ ଦୂର କରିଥାଏ । -ଏହି ପ୍ୟାକ୍‌ କେବଳ ଚେହେରାରେ ଚମକ ଆଣି ନଥାଏ ବରଂ ପିମ୍ପଲ୍‌ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ସହ ନଜକୁ ସତେଜତା ଅନୁଭବ କରିବେ । କେବଳ ଏତିକି ନୁହେଁ, ଏହି ପ୍ୟାକ୍‌ ସହିତ ଆପଣଙ୍କ ଚର୍ମରୁ ମୃତ ଚର୍ମକୁ ମଧ୍ୟ ସଫା କରିଥାଏ । -ଯେଉଁମାନଙ୍କର ଅତ୍ୟଧିକ ତେଲିଆ କିମ୍ବା ଶୁଖିଲା ତ୍ୱଚା ଅଛି । ସେମାନେ ମଧ୍ୟ ଏହି ପ୍ୟାକ୍‌ ପ୍ରତିଦିନ ଲଗାଇବା ଉଚିତ୍‌ । ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ । -ଏହା ବ୍ୟତୀତ ଡାର୍କ ସର୍କଲ ଗୁଡିକ ଦୂର କରିବାରେ ଏହା ସାହାଯ୍ୟ କରେ । ଏହି ପ୍ୟାକ୍‌ର ନିୟମିତ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚେହେରା ସଫା ରହିବ । ସପ୍ତାହରେ ଥରେ ଏହି କଫି ପ୍ୟାକ୍‌ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.