fbpx

୫ଜିଲ୍ଲାକୁ ଜାରି ହେଲା ଶୀତ ସତର୍କତା

ଭୁବନେଶ୍ୱର, ୨୮ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ଶୀତ ଲହରି । ରାଜ୍ୟର ପ୍ରାୟ ସ୍ଥାନରେ ତାପମାତ୍ରା କମିବାରେ ଲାଗିଛି । ଏହାରି ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାକୁ ବି ଶୀତ ଲହରି ସତର୍କତା ଜାରି କରାଯାଇଛି । ଆଗାମୀ ୨୪ଘଣ୍ଟାରେ ୫ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ ବୋଲି ସୂଚନା ମିଳିଛି । ୫ଜିଲ୍ଲା ଗୁଡ଼ିକ ହେଉଛି ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ ଓ ସମ୍ବଲପୁର । ଏହାସହ ଆଉ ୬ଟି ଜିଲ୍ଲା ପାଇଁ ପ୍ରବଳ ଶୀତ ଲହରି ସତର୍କତା ଜାରି କରାଯାଇଛି । ୬ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼ , କେନ୍ଦୁଝର , ମୟୁରଭଞ୍ଜ ଓ ବାଲେଶ୍ୱର । ଏହି ସୁବ ଜିଲ୍ଲା ପାଇଁ ମଧ୍ୟ ପ୍ରବଳ ଶୀତ ଲହରି ସତର୍କତା ଜାରି କରାଯାଇଛି ।

Get real time updates directly on you device, subscribe now.