fbpx

ରାଜ୍ୟରେ ହାଡଭଙ୍ଗା ଶୀତ, ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଲାଗିରହିଛି । ରାଜ୍ୟର ସବୁଠାରୁ ଶୀତଳ ସହର ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି । ସୋନପୁର ୫.୬ ଡିଗ୍ରୀ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୬ ଡିଗ୍ରୀ ସହ ଦାରିଙ୍ଗିବାଡି ତୃତୀୟ ସ୍ଥାନରେ ରହିଛି । ରାଜ୍ୟର ୧୦ ଡିଗ୍ରୀ ତଳେ ରହି ୧୪ଟି ସହରର ପାରଦ । କେନ୍ଦୁଝରରେ ୬.୨, ଫୁଲବାଣୀରେ ୬.୫, ଝାରସୁଗୁଡା ଓ ଟିଟିଲାଗଡରେ ୮ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ସମ୍ବଲପୁର ଓ ତାଳଚେରରେ ୮.୬ ଡିଗ୍ରୀ, କଟକ ଓ ସୁନ୍ଦରଗଡରେ ୯ ଡିଗ୍ରୀ, ବାଲେଶ୍ୱରରେ ୯.୪ ଡିଗ୍ରୀ, ହୀରାକୁଦରେ ୯.୬ ଓ ଭୁବନେଶ୍ୱରରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.