fbpx

ରାଜ୍ୟରେ ଶୀତ ବଢ଼ିବ, ରାତିରେ ୩ରୁ ୪ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପର ଦେଇ ଟ୍ରପ୍ ଲାଇନ ଯାଇଥିବାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପାଗ କୋହଲା ରହିବା ସାଙ୍ଗକୁ ଶୀତର ପରିମାଣ ବଢ଼ିବ ।ବର୍ଷା ନେଇ ଚାଷୀଙ୍କ ପାଇଁ କୌଣସି ଅସୁବିଧା ନାହିଁ ବୋଲି ସୂଚନା ମିଳିଛି । ଆସନ୍ତାକାଲିଠୁ ବର୍ଷା କମିବା ପରେ ଶୀତ ବଢ଼ିବ । ରାତିର ତାପାମାତ୍ରା ୩ରୁ ୪ ଡିଗ୍ରୀ କମିବ । ୮ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି । ୮ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଢ଼େଙ୍କାନାଳ, ପୁରୀ, ମୟୁରଭଞ୍ଜ, କଳାହାଣ୍ଡି । ଜାନୁଆରୀ ଦ୍ୱିତୀୟ ସପ୍ତାହ ଯାଏଁ ଶୀତର ପ୍ରଭାବ ରହିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.