fbpx

ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ

Advertisement

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ଘନ କୁହୁଡ଼ି ଯୋଗୁଁ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡ଼ୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଛି । ରାୟପୁରରେ ରହି ଫେରି ଯାଇଛନ୍ତି ଉପରାଷ୍ଟ୍ରପତି । ବିମାନବନ୍ଦରରେ ପ୍ରାୟ ୨ଘଣ୍ଟା ଅପେକ୍ଷା କରି ସେ ଫେରିଯାଇଛନ୍ତି । ସେ ବଲାଙ୍ଗୀର ଆସି ବଟଲିଂ ପ୍ଲାଣ୍ଟର ଲୋକର୍ପଣ କରିଥାନ୍ତେ । ଏହାସହ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲି ସମାରୋହରେ ମଧ୍ୟ ସେ ଯୋଗ ଦେଇଥାନ୍ତେ । ପାଗ ଖରାପ ଯୋଗୁଁ ସେ ତାଙ୍କ ଗସ୍ତ ବାତିଲ କରିଥିବା ସୂଚନା ମିଳିଛି । ଉପରାଷ୍ଟ୍ରପତିଙ୍କ ବଦଳରେ ରାଜ୍ୟପାଳ ତାହା ଉଦଘାଟନ କରିବେ ବୋଲି ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେଠାରେ ଉପସ୍ଥିତ ରହିବେ ।

Get real time updates directly on you device, subscribe now.