fbpx

ଭିଜିଲାନ୍ସ ଜାଲରେ କୋଟିପତି ଫରେଷ୍ଟର

ବାଲିଗୁଡ଼ା, ୨୭ା୧୨(ଓଡ଼ିଶା ଭାସ୍କର): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାଲିଗୁଡ଼ାର ସାତଟି ସ୍ଥାନରେ ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବାଲିଗୁଡ଼ାର ଆଚାର୍ଯ୍ୟ କଲୋନୀରେ ଥିବା ତାଙ୍କ ବାସଭବନ, ପଣସପଡ଼ି, ଗୁଳିମରା, ନୂଆସାହି, ଇଲେକ୍ଟ୍ରି ସାହି, ସାରଙ୍ଗଗଡ଼ ସମେତ ବହୁ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏହାସହିତ ଓଡ଼ିଶାର ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, କଳାହାଣ୍ଡି ଜିଲ୍ଲାରେ ତାଙ୍କର ଅସ୍ଥାବର ସମ୍ପତ୍ତି ଥିବା ନେଇ ତଥ୍ୟ ହାସଲ କରିଛି ଭିଜିଲାନ୍ସ । ଏହାସହ କନ୍ଧମାଳ ଜିଲ୍ଲା ସ୍ଥିତ ବିଭିନ୍ନ ସରକାରୀ ଜମି ମାନଙ୍କରେ ବେଆଇନ ଅଟାଳିକା ନିର୍ମାଣ କରିଥିବା ନେଇ ମଧ୍ୟ ତଥ୍ୟ ହାସଲ କରିଛି ଭିଜିଲାନ୍ସ ।

ପୂର୍ବରୁ ତାଙ୍କ ବିରୋଧରେ ଦୂର୍ନୀତି ଅଭିଯୋଗ ରହିଥିଲା । ଏହାସହ ସେ ତୁମୁଡ଼ିବନ୍ଧ ଓ କ.ନୂଆଗାଁ ଫରେଷ୍ଟର ରେଞ୍ଜରେ ରହିଥିବା ସମୟରେ ବହୁ ଘୋଟଲା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କର ସମସ୍ତ ବାସଭବନ ଉପରେ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ଫୁଲବାଣୀ ଡିଏସପି ରବୀନ୍ଦ୍ର ସୁନାଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ ସାମିଲ ହୋଇଥିଲେ ।

Get real time updates directly on you device, subscribe now.