fbpx

୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀ ଓ ସୋନପୁରରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଇଛି । ସେହିପରି ଟିଟିଲାଗଡରେ ୭.୧ ଓ ଦାରିଙ୍ଗବାଡିରେ ୭.୫ ଡିଗ୍ରୀ ରେକର୍ଡ ହୋଇଛି । ଭବାନୀପାଟଣାରେ ୮.୫, କୋରାପୁଟରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୧, ଝାରସୁଗୁଡାରେ ୯.୪, ସମ୍ବଲପୁରରେ ୯.୬ ଡିଗ୍ରୀ, କଟକରେ ୧୦.୫ ଓ ଭୁବନେଶ୍ୱରରେ ୧୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପଟେ ଅନୁଗୁଳ, ନୟାଗଡ, ବୌଦ୍ଧ, ସୋନପୁର, କନ୍ଧମାଳ ପାଇଁ କୋଲ୍ଡ ୱେଭ ଜାରି ହୋଇଛି । ୨୪ ଘଣ୍ଟା ପରେ ତାପମାତ୍ରା ୨ରୁ ୩ ଢିଗ୍ରୀ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.