fbpx

ଇରାକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ଅପିଲ୍

ବାଗଦାଦ୍,୧୩ ।୧: ଇରାକରେ ଥିବା ଆମେରିକା ଏୟାରବେସ୍  ଉପରେ ଆକ୍ରମଣ କରିଛି ଇରାନ୍ । ଆକ୍ରମଣକୁ ନେଇ ଆମେରିକା ଅସନ୍ତୋଷ ଥିବା ବେଳେ ଇରାକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ୍ କରିଛି । ତେବେ ଗତକାଲି ଉତ୍ତର ବାଗଦାଦର ଅଲ-ବାଲାଦ ଏୟାରବେସ୍  ଉପରେ ଲଗାତାର ରକେଟ୍ ମାଡ଼ ହୋଇଥିଲା । ଆମେରିକୀୟ ସେନା ରହୁଥିବା ଏୟାରବେସରେ ରବିବାର ୪ଟି ରକେଟ୍ ମାଡ଼ ହୋଇଥିଲା । ଏହି ରକେଟ୍ ମାଡରେ ୪ ଜଣ ସୈନ୍ୟ ଗୁରୁତର ଆହତ ହୋଇଛନ୍ତି । ଅଲ-ବାଲାଦ ଏୟାର ବେସରେ ରହୁଥିବା ଆମେରିକାର ସିଂହଭାଗ ବାୟୁ ସେନା ଏହି ସ୍ଥାନ ଛାଡ଼ିଦେଇଛନ୍ତି । ଆକ୍ରମଣ ଯୋଗୁ ଦିନକୁ ଦିନ ଆମେରିକା ଓ ଇରାନ ଉପରେ ତିକ୍ତତା ବଢିବାରେ ଲାଗିଛି ।

Get real time updates directly on you device, subscribe now.