fbpx

ଘର ଭିତରୁ ୨ଟି ମୃତଦେହ ଉଦ୍ଧାର

କେନ୍ଦୁଝର,୧୩ ।୧(ଓଡିଶା ଭାସ୍କର): କେନ୍ଦୁଝର ନୂଆବନ୍ଧ ଗାଁରେ ଜଣଙ୍କ ଘର ଭିତରୁ ୨ଟି ମୃତ ଦେହ ଉଦ୍ଧାର କରାଯାଇଛି । ଗୋଟିଏ ମହିଳା ଓ ପୁରୁଷଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁହିଁଙ୍କ ମୃତଦେହ ଉଦ୍ଧାର କରି ଘଟଣାର ଛାନଭିନ୍ ଆରମ୍ଭ କରିଛି ପାଟଣା ଥାନା ପୋଲିସ ।

ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଆଇଟି କଲୋନୀର ଗୋଟିଏ ଘରୁ ଏକ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଜଣ ହେଲେ କାଂଶବାହାଲ ଗୋଆଲପଡ଼ାର ରଞ୍ଜିତ ପ୍ରସାଦ (୨୮), ତାଙ୍କ ପତ୍ନୀ କଳ୍ପନା ଓ ତାଙ୍କର ପୁଅ/ଝିଅ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପରିବାରର ସମସ୍ତ ସଦସ୍ୟ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.