fbpx

ଲକ୍ଷ୍ନୌ ଓ ନୋଏଡାରେ ପୋଲିସ କମିସନର ବ୍ୟବସ୍ଥାକୁ ଯୋଗୀଙ୍କ ମଞ୍ଜୁରୀ

ଲକ୍ଷ୍ନୌ,୧୩ ।୧: ଉତ୍ତରପ୍ରଦେଶ ଓ ନୋଏଡାରେ ପୋଲିସ କମିସନର ବ୍ୟବସ୍ଥାକୁ ମଞ୍ଜରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ଲକ୍ଷ୍ନୌରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ସବୁଜ ସଂକେତ ଦିଆଯାଇଛି ।

ଏହା ଉପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୫୦ ବର୍ଷ ହେବ ସ୍ମାର୍ଟ ପୋଲିସ ପାଇଁ ଦାବି ହେଉଛି । ଆମ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଏଡିଜି ସ୍ତରର ଅଧିକାରୀମାନେ ପୋଲିସ କମିସନର ହେବେ । ଏହା ସହ ୯ଟି ଏସପି ର‍୍ୟାଙ୍କର ପୋଲିସ ନିଯୁକ୍ତ ହେବେ । ମହିଳାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ଏସପି ମଧ୍ୟ ରହିବେ ବୋଲି ଯୋଗୀ କହିଛନ୍ତି ।

Get real time updates directly on you device, subscribe now.