(Big Breaking) ଆସନ୍ତା ଶିକ୍ଷା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ: ମୁଖ୍ୟମନ୍ତ୍ରୀ

ପୂର୍ବ ସରକାର ବନ୍ଦ କରିଥିବା ଛାତ୍ର ନିର୍ବାଚନ ଆସନ୍ତା ବର୍ଷରୁ ହେବ; ରାଜନୀତିର ଏନ୍ତୁଡିଶାଳ ପୁଣି ହେବ ଚଳଚଞ୍ଚଳ

ଭୁବନେଶ୍ୱର- କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବଡ କଥା କହିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ବର୍ଷରେ ହେବ କଲେଜ ସଂସଦ ନିର୍ବାଚନ । ଗତ ସରକାର କାଳରେ ଏହାକୁ ବନ୍ଦ କରାଯାଇଥିଲା । ବିଜେପି ସରକାର ଏହି ପ୍ରକ୍ରିୟାକୁ ପୁଣି ଆରମ୍ଭ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଏବିଭିପି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ଛାତ୍ର ସଂସଦ ନିର୍ବାଚନ ସରକାର କରାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆଜି ମୁଖ୍ୟମନ୍ତ୍ରୀ ଦେଇଥିବା ଛାତ୍ର ସଂସଦ ନିର୍ବାଚନ ସମ୍ପର୍କୀତ ବୟାନ ସମସ୍ତ ଛାତ୍ର ନେତାକୁ ଖୁସି ଦେବ ନିଶ୍ଚିତ ।

ଏଠାରେ କହି ରଖୁ କି ବିଗତ ୭ ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରୁ ନାହିଁ । ପ୍ରାରମ୍ଭିକ ଅବସ୍ଥାରେ ନବୀନ ସରକାର ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ପରି ବିଭିନ୍ନ କାରଣ ଦର୍ଶାଇ ନିର୍ବାଚନ ବନ୍ଦ କରି ଆସୁଥିଲେ ।

ପରେ ମହାମାରୀ କରୋନା ଆସିଲା । ଏମିତି ଏମିତି କଲେଜ ଇଲେକ୍ସନକୁ ବନ୍ଦ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ।