fbpx

ରାଜ୍ୟରେ ଏହିଦିନ ଖୋଲିବ କଲେଜ, ଜାଣନ୍ତୁ କେବେ ହେବ ପରୀକ୍ଷା

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): କରୋନା ପାଇଁ ସମସ୍ତ ସ୍କୁଲ, କଲେଜ ପ୍ରାୟତଃ ବନ୍ଦ ରହିଥିଲା । ତେବେ ରାଜ୍ୟ ସରକାର ଜାନୁଆରୀ ମାସ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ପୂର୍ବରୁ ନିଷ୍ପତ୍ତି ନେଇ ସାରିଛନ୍ତି । ବର୍ତ୍ତମାନ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚ ଶିକ୍ଷା ବିଭାଗର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଭାଗୀୟ ସୂଚନା ଅନୁସାରେ, ଜାନୁଆରୀ ମାସ ୧୧ ତାରିଖରୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଜାନୁଆରୀ ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠପଢ଼ା ଜାରି ରହିବ । ଫାଇନାଲ ସେମିଷ୍ଟର ପାଇଁ ୨ ଏପ୍ରିଲରୁ ୧୫ ଜୁନ ଯାଏ ପାଠପଢ଼ା ହେବ । ମାର୍ଚ୍ଚ ୧୬ ତାରିଖରୁ ୩୧ ଯାଏ ୟୁଜି ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ । ଜୁନ ୧୬ରୁ ୩୧ ଯାଏ ଫାଇନାଲ ସେମିଷ୍ଟର ପରୀକ୍ଷା ହେବ । ବାର୍ଷିକ ପରୀକ୍ଷା ଜୁନ ୧୧ରୁ ୩୦ ପର୍ଯ୍ୟନ୍ତ ଚାଲିବ । ୟୁଜି ସେମିଷ୍ଟର ପରୀକ୍ଷା ଫଳ ୩୦ ଏପ୍ରିଲ ସୁଦ୍ଧା ପ୍ରକାଶ ପାଇବ । ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଫଳ ୧୫ ଜୁଲାଇ ସୁଦ୍ଧା ବାହାରିବ ।

ତେବେ ବିଶ୍ୱବିଦ୍ୟାଳୟ ମାନଙ୍କରେ ୟୁଜିସି ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ । ସବୁ ରବିବାର ସହ ଛୁଟିଦିନ ମାନଙ୍କରେ ପାଠପଢ଼ା ଜାରି ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.