fbpx
BJD SKY
BJD SKY

Picnic ହେଲାନି ବୋଲି ତାତିଲେ ଛାତ୍ରଛାତ୍ରୀ: କଲେଜ ଗେଟରେ ତାଲା ପକାଇଦେଲେ, ଦେଖନ୍ତୁ ଭିଡିଓ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଲେଜ ପକ୍ଷରୁ ପିକନିକ୍ ଅନୁଷ୍ଠିତ ନହେବା କାରଣରୁ କଲେଜ ମୁଖ୍ୟ ଫାଟକରେ ତାଲା । ଏପରି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା ଗୋପ କଲେଜରେ । ପିକନିକ୍ ଯିବାକୁ ନେଇ କଲେଜରେ ତାଲା ପକାଇବା ସହିତ ପ୍ରିନ୍ସିପାଲଙ୍କ ବିରୋଧରେ ନାରାବାଜି କରିଥିଲେ ଛାତ୍ରଛାତ୍ରୀ ।

ତେବେ ପ୍ରିନ୍ସିପାଲ ପ୍ରିୟମ୍ବଦା ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ଥମିଥିଲା । କଲେଜ ପରିଚାଳନା କମିଟି ସଭାପତି ତଥା ଉପ ଜିଲ୍ଲାପାଳଙ୍କ ନିକଟକୁ ଏ ସମ୍ପର୍କିତ ଫାଇଲ ପଠାଯାଇଛି । ଖୁବ ଶୀଘ୍ର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.