fbpx
BSKY
BJD SHG SKY
BJD YOUTH SKY

Viral Video: ଓଡ଼ିଶାର କଲେଜ ଛାତ୍ରୀଙ୍କ ସହ Prank କରିବା ଭାରି ପଡ଼ିଲା: ଯୁବତୀମାନେ ଦୁଷ୍ଟ ଯୁବକଙ୍କୁ କଲେ ଉଠବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖାଯାଉଛି । ତେବେ ନିକଟରେ ଏଭଳି ଏକ ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି । ଛାତ୍ରୀଙ୍କ ସହ ପ୍ରାଙ୍କ କରିବା କାରଣରୁ କିଛି ଦୁଷ୍ଟ ଯୁବକଙ୍କୁ କାନ ଧରି ଉଠବସ୍ ହେବାକୁ ପଡ଼ିଛି । ରାଜ୍ୟର ନିମାପଡ଼ା କଲେଜରେ ଏଭଳି ଏକ ଘଟଣା ଘଟିଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଘଟଣା ଅନୁଯାୟୀ, କଲେଜ ଛାତ୍ରୀଙ୍କ ବିନା ସହମତିରେ ଏହି ଯୁବକମାନେ ସେମାନଙ୍କ ସହ ପ୍ରାଙ୍କ କରିଥିଲେ । ତେବେ ପରିଣାମସ୍ୱରୂପ ଉକ୍ତ ଦୁଷ୍ଟ ଯୁବକଙ୍କୁ ଉପଯୁକ୍ତି ଶିକ୍ଷା ଦେଇଥିଲେ ଯୁବତୀମାନେ । ଯୁବକମାନେ କାନ ଧରି ଉଠବସ ହେଉଥିବା ବେଳେ ଯୁବତୀମାନେ ସେମାନଙ୍କୁ ଗାଳି କରୁଥିବା ଦେଖାଯାଇଥିଲା । ଏହି ସମୁଦାୟ ଘଟଣାବଳୀକୁ କିଛି ଲୋକ ମୋବାଇଲରେ ରେକର୍ଡ କରୁଥିବାର ଦେଖାଯାଇଥିଲା ।

ତେବେ ଏହି ସମସ୍ତ ଘଟଣା କଲେଜ ପରିସରରେ ଘଟିଥିବା କୁହାଯାଉଛି । ଦୁଇ ଯୁବକ ଛାତ୍ରୀଙ୍କ ସହ ପ୍ରାଙ୍କ କରୁଥିଲେ । ଏହା ନକରିବାକୁ ଛାତ୍ରୀମାନେ ମନା କରିଥିଲେ ମଧ୍ୟ ସେମାନେ ତାହା ମାନିନଥିଲେ । ଫଳରେ କିଛି ଛାତ୍ରୀ ଏକତ୍ରିତ ଦୁଇ ଜଣ ଯୁବକଙ୍କୁ ଏପରି କରିବାର କାରଣ ପଚାରିବା ସହ କାନ ଧରି ଉଠବସ୍ କରାଇଥିଲେ । ଦୁଇ ଯୁବକ ହାତ ଯୋଡ଼ି ସେଠାରେ ଛିଡ଼ା ହୋଇଥିବା ଦେଖାଯାଇଥିଲା । ଅନ୍ୟ କିଛି ଯୁବକ ଏହି ଦୃଶ୍ୟକୁ ରେକର୍ଡିଂ କରୁଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.