fbpx

ଏଣିକି କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ୨ ଥର କରିପାରିବେ ଆଡମିଶନ, UGC ଦେଲା ଅନୁମତି

Advertisement

ନୂଆଦିଲ୍ଲୀ: ଭାରତୀୟ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ବାର୍ଷିକ ୨ ଥର ଆଡମିଶନ କରିପାରିବେ । ଏଥିପାଇଁ UGC ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଏଥିପାଇଁ ଅନୁମତି ପ୍ରଦାନ କରିଛି । ଶିକ୍ଷା ବର୍ଷ ୨୦୨୪-୨୫ରେ ଦୁଇ ଥର ଆଡମିଶନ୍ ହେବ । ପ୍ରଥମ ଜୁଲାଇ- ଅଗଷ୍ଟରେ ଏବଂ ଦ୍ୱିତୀୟ ଜାନୁଆରୀ ଫେବୃଆରୀରେ ପ୍ରବେଶ ପ୍ରକ୍ରିୟା ହେବ ବୋଲି ସୂଚନା ଦେଇଛନ୍ତି UGC ଚେୟାରମ୍ୟାନ୍ ଜଗଦୀଶ କୁମାର ।

UGC ଚେୟାରମ୍ୟାନ୍ ଜଗଦୀଶ କୁମାରଙ୍କ କହିବାନୁଯାୟୀ ଭାରତୀୟ ଶିକ୍ଷା ଅନୁଷ୍ଠାନରେ ବାର୍ଷିକ ୨ ଥର ଆଡମିଶନ ହେଲେ ଅନେକ ଛାତ୍ରଛାତ୍ରୀ ଲାଭାନ୍ୱିତ ହେବେ । ବୋର୍ଡ଼ ପରୀକ୍ଷା ଫଳାଫଳରେ ବିଳମ୍ବ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କିମ୍ବା ବ୍ୟକ୍ତିଗତ କାରଣ ପାଇଁ ଜୁଲାଇ-ଅଗଷ୍ଟ ଅଧିବେଶନରେ ଆଡମିଶନ୍ ମିସ୍ କରିଥିଲେ ଜାନୁଆରୀ- ଫେବୃଆରୀରେ ଆଡମିଶନ୍ ନେଇ ପାରିବେ । ଏହା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ । ଏହା ଦ୍ୱାରା ଉଦ୍ୟୋଗ ଜଗତ ମଧ୍ୟ ଲାଭାନ୍ୱିତ ହେବ । ସେମାନେ ବାର୍ଷିକ ୨ ଥର କ୍ୟାମପସ୍ ପ୍ଲେସମେଣ୍ଟ କରିପାରିବେ ଯଦ୍ୱାରା ଗ୍ରାଜୁଏଟମାନଙ୍କ ପାଇଁ ରୋଜଗାର ସୁଯୋଗରେ ଉନ୍ନତି ହେବ । ଶ୍ରୀ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ବିଦେଶରେ ଥିବା ୟୁନିଭର୍ସିଟି ଏହି ନିୟମକୁ ଆପଣାଇଛନ୍ତି । ଯଦି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଏହାକୁ ଆପଣାନ୍ତି ତେବେ ଆମ ଅନୁଷ୍ଠାନ ଆନ୍ତର୍ଜାତୀୟ ସହଯୋଗ ଏବଂ ଛାତ୍ର ବିନିମୟ ବୃଦ୍ଧି କରିପାରିବ । ଏହା ଆମ ପ୍ରତିଦ୍ୱନ୍ଦିତାକୁ ଉନ୍ନତ କରିବ । ଆମେ ବିଶ୍ୱସ୍ତରୀୟ ମାନାଙ୍କ ଅନୁରୂପ ହୋଇପାରିବୁ । ଭାରତୀୟ ଶିକ୍ଷାନୁଷ୍ଠାନ ଏଭଳି ପ୍ରଣାଳୀ ଆପଣାଇଲେ ସେମାନଙ୍କୁ ପ୍ରଶାସନିକ ଜଟିଳତା, ଉପଲବ୍ଧ ଉତ୍ସଗୁଡ଼ିକର ଉତ୍ତମ ଉପଯୋଗ ପାଇଁ ଉତ୍ତମ ଯୋଜନା ନିର୍ମିତ କରିବା ତଥା ବର୍ଷର ଭିନ୍ନ ଭିନ୍ନ ସମୟରେ ଆଡମିଶନ ଚାହୁଁଥିବା ଛାତ୍ରଙ୍କ ସହ ସୁରୁଖୁରୁରେ ସମନ୍ୱୟ ରକ୍ଷା କରିବାକୁ ସେମାନଙ୍କୁ ଏକ ସହାୟତା ବ୍ୟବସ୍ଥା ପ୍ରଦାନ କରିବାକୁ ହେବ ବୋଲି କହିଛନ୍ତି ଶ୍ରୀ କୁମାର ।

 

 

Get real time updates directly on you device, subscribe now.