ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ କଲେଜ । କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ରହିବା ନୋଇ SRCଙ୍କ ନିର୍ଦ୍ଦେଶ ରହିଛି । ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ବାତ୍ୟା ପାଇଁ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ରହିବ ।

ସେହିପରି ବାତ୍ୟା ପାଇଁ ପୂର୍ବରୁ ସମସ୍ତ ସରକାର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଜିଲ୍ଲାପାଳମାନେ ସ୍କୁଲ ଛୁଟି ନିଷ୍ପତ୍ତି ନେବେ ବୋଲି ଏସଆରସି ସୂଚନା ଦେଇଥିଲେ । ସ୍କୁଲ ଛୁଟିକୁ ନେଇ ଗତକାଲି ଘୋଷଣା କରାଯାଇଥିଲା । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ୧୪ଟି ଜିଲ୍ଲାରେ ଉପରୋକ୍ତ ତାରିଖରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପୂର୍ବରୁ ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା । ଅକ୍ଟୋବର ୨୩ ଓ ୨୫ ତାରିଖରେ ହେବାକୁ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ପରୀକ୍ଷା ଓ ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୁଞ୍ଚାଯାଇଛି । ପରୀକ୍ଷା କେବେ ହେବ ସେନେଇ ପରବର୍ତ୍ତୀ ସମୟରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଧ (ବିଏସଇ) ତରଫରୁ ସୂଚନା ଜାରି କରାଯିବ ।

Get real time updates directly on you device, subscribe now.