fbpx

(Video) ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା: ଫ୍ଲାଇଟ କ୍ରାସରେ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନୌସେନା ପରେଡ ସମୟରେ ଦୁଇଟି ବିମାନ ମଧ୍ୟରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ମଝି ଅକାଶରେ ଦୁର୍ଘଟଣା ଯୋଗୁଁ ଦୁଇଟି ବିମାନ କ୍ରାସ ହୋଇଥିବା ଜଣାଯାଇଛି । ତେବେ ଏହି ଦୁର୍ଘଟଣାରେ ୧୦ଜଣରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ମାଲେସିଆର ଲୁମୁଟ ନାଭାଲ ବେସରେ ମଝି ଆକାଶରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ନୌସେନା ପରେଡ ପାଇଁ ଅଭ୍ୟାସ କରୁଥିବା ବେଳେ ଉଭୟ ବିମାନ ମଧ୍ୟରେ ଧକ୍କା ହୋଇଥିଲା ଏବଂ ଉଭୟ ବିମାନ କ୍ରାସ ହୋଇଛି । ଉଭୟ ବିମାନରେ ମୋଟ ୧୦ ଜଣ ଯାତ୍ରୀ ରହିଥିବା ବେଳେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ମାଲେସିଆର ରୋୟଲ ମାଲେସିଆ ନେଭିର ବାର୍ଷିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଅଭ୍ୟାସ ଅନୁଷ୍ଠିତ ହୋଇଥିଲା । ରୋୟଲ ମାଲେସିଆ ନେଭି ବେସରେ ଏହି କାର୍ଯ୍ୟକ୍ରମରେଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି । ତେବେଏହି ଅଭ୍ୟାସ ସମୟରେ ଦୁଇଟି ବିମାନ ମଧ୍ୟରେ ଧକ୍କା ଫଳରେ ଭୟଙ୍କର ଦୃଶ୍ୟ ଦେଖାଯାଇଛି । ମଝି ଆକାଶରେ ସମସ୍ତ ବିମାନ ଉଡ଼ାଣ ଆରମ୍ଭ କରିଥିବା ବେଳେ ଅଚାନକ ଦୁଇଟି ବିମାନ ନିକଟତର ହୋଇଥିଲେ ଏବଂ ଉଭୟ ବିମାନର ରୋଟର ପରସ୍ପର ସହିତ ଧକ୍କା ହୋଇଛନ୍ତି । ତେବେ ଦେଖୁ ଦେଖୁ ଆଖି ପିଛୁଳାକେ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି ।

ମିଳିଥିବା ରିପୋର୍ଟ ଅନୁସାରେ, ଉଭୟ ବିମାନ ଭିତରେ ମୋଟ ୧୦ ଜଣ କ୍ରୁ ମେମ୍ବର ରହିଥିଲେ । ତେବେ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ପ୍ରାଥମିକ ରିପୋର୍ଟ ଜଣାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଦେଶର ନୌସେନା କହିଛି ଯେ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ପ୍ୟାନେଲ ଗଠନ କରାଯାଉଛି।

Get real time updates directly on you device, subscribe now.