fbpx

ମୁଖତାର ଅନସାରୀଙ୍କ ଭେସରା ରିପୋର୍ଟରେ ବଡ଼ ଖୁଲାସା, ବିଷ ପାଇଁ ହୋଇଥିଲା କି ମୃତ୍ୟୁ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ ଜେଲ ପ୍ରଶାସନଙ୍କ ଦ୍ୱାରା ସ୍ଲୋ ପଏଜନ ଦିଆଯିବା କାରଣରୁ ହୋଇଥିଲା କି, କ’ଣ ସତରେ ତାଙ୍କୁ ବିଷ ଦିଆଯାଇଥିଲା କି? ଏହିପରି ଉଠୁଥିବା ସମସ୍ତ ପ୍ରଶ୍ନକୁ ନେଇ ବର୍ତ୍ତମାନ ସ୍ପଷ୍ଟ ହୋଇଛି । ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ପ୍ରଶାସନ ଭେସରାକୁ ତଦନ୍ତ ପାଇଁ ପଠାଇଥିଲେ, ଯାହାର ରିପୋର୍ଟରେ ବର୍ତ୍ତମାନ ବଡ଼ ଖୁଲାସା ହୋଇଛି । ଭେସରା ରିପୋର୍ଟରେ ସମସ୍ତ ଅଭିଯୋଗର ଉତ୍ତର ସାମ୍ନାକୁ ଆସିଛି ।

ସୂତ୍ର ଅନୁଯାୟୀ, ମୁଖତାର ଅନସାରୀଙ୍କ ମୃତ୍ୟୁ ବିଷ ଖାଇବା ଦ୍ୱାରା ହୋଇନାହିଁ ବୋଲି ବିସରା ରିପୋର୍ଟରେ ପ୍ରକାଶ ପାଇଛି । ପୋଲିସ ମୁଖତାର ଅନସାରୀଙ୍କ ବିସରା ଯାଞ୍ଚ ରିପୋର୍ଟକୁ ନ୍ୟାୟିକ ଟିମକୁ ଦେଇଛନ୍ତି । ବର୍ତ୍ତମାନ ଯାଞ୍ଚ ଟିମ ପୂରା ରିପୋର୍ଟ ତିଆରି କରି ଉଚ୍ଚ ଅଫିସରଙ୍କୁ ପ୍ରଦାନ କରିବେ । ଖବର ମୁତାବକ ଏହି ରିପୋର୍ଟରେ ମୁଖତାରଙ୍କୁ ମୃତ୍ୟୁ ପୂର୍ବରୁ ବିଷ ଦିଆଯିବାକୁ ନେଇ ଦାବି କରାଯାଇଥିଲା ।

ମୁଖତାର ଅନସାରୀ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ଥିଲେ । ଯେଉଁଠାରେ ତାଙ୍କୁ ୨୮ ମାର୍ଚ୍ଚରେ ହାର୍ଟ ଆଟାକ ଆସିଥିଲା । ମୁଖତାରଙ୍କୁ ବେହୋସ ଅବସ୍ଥାରେ ଜେଲରୁ ବାନ୍ଦା ମେଡିକାଲ କଲେଜ ନିଆଯାଇଥିଲା । ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୁଖତାରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଜେଲ ପ୍ରଶାସନ ଉପରେ ତାଙ୍କୁ ସ୍ଲୋ ପଏଜନ ଦେଇଥିବାର ଅଭିଯୋଗ ଲଗାଇଥିଲେ । ବର୍ତ୍ତମାନ ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି ।

Get real time updates directly on you device, subscribe now.