fbpx

ବ୍ଲାକ୍‌ରୋଜ ଜାହାଜ ସହ ଧକ୍କା ହେଲା ମାଛଧରା ଟ୍ରଲର

ଜଗତସିଂହପୁର,୨୬ ।୧୦(ଓଡିଶା ଭାସ୍କର): ଜଗତସିଂହପୁର ପାରାଦୀପ ସମୁଦ୍ର ଉପକୂଳରେ ଘଟିଯାଇଛି ଏକ ଅଘଟଣ । ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜରେ ପିଟି ହୋଇ ଏକ ମାଛଧରା ଟ୍ରଲର ବୁଡ଼ି ଯାଇଛି। ୯ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ସହଯୋଗୀ ମତ୍ସ୍ୟଜୀବୀ ।

ପୂର୍ବରୁ ମଧ୍ୟ ୨୦୧୯ ନଭେମ୍ବର ମାସରେ ଏକ ମାଛଧରା ଡଙ୍ଗା ଏହି ଜାହାଜରେ ମାଡ ହୋଇ ବୁଡିଯାଇଥିଲା । ଏଥିରେ ୬ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ‘ବ୍ଲାକରୋଜ’ ଜାହାଜକୁ ମାଛଧରା ଡଙ୍ଗା ଶକ୍ତ ଧକ୍କା ଦେବାରୁ ଡଙ୍ଗା ବୁଡ଼ିଯାଇଛି । ତେବେ ୯ ସେପ୍ଟେମ୍ବର ୨୦୦୯ରେ ବ୍ଲାକରୋଜ ନାମକ ଏକ ଜାହାଜ ପାରାଦୀପ ସମୁଦ୍ରରେ ବୁଡିଯାଇଥିଲା ।

Get real time updates directly on you device, subscribe now.