fbpx

ଆଃ କି ମନଲୋଭା ଦୃଶ୍ୟ… ରଙ୍ଗରେ ରଙ୍ଗୀନ ପ୍ରଭୁ ଶ୍ରୀରାମ: ୫ ଶତାବ୍ଦୀ ପରେ ରାମ ମନ୍ଦିରରେ ପାଳନ ହେଉଛି ପ୍ରଥମ ହୋଲି

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ଏହି ପର୍ବ ପାଇଁ ସାରା ଦେଶ ଆଜି ଉତ୍ସବମୁଖର ହୋଇଛି । ଏହାସହିତ ଉତ୍ସବମୁଖର ହୋଇଉଠିଛି ପବିତ୍ର ରାମ ମନ୍ଦିର । ୫ ଶତାବ୍ଦୀ ପରେ ଆଜି ପ୍ରଥମ ଥର ରାମ ମନ୍ଦିରରେ ପାଳନ ହେବ ହୋଲି ପର୍ବ । ଏହି ଅବସରରେ ପ୍ରଭୁ ରାମଲାଲା ମଧ୍ୟ ହୋଲି ଖେଳିବେ । ଚୈତ୍ର କୃଷ୍ଣ ପ୍ରତିପଦାର ଉଦୟ ତିଥି ମୁହୂର୍ତ୍ତରେ ହୋଲି ଖେଳୁଛନ୍ତି ରାମଲଲା । ଏହି ପର୍ବ ପାଳନ ପାଇଁ ରାମ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି ।

ଆଜି ନିୟମିତ ପୂଜା ଅଭିଷେକ ପରେ ଏବଂ ଶୃଙ୍ଗାର ପୂର୍ବରୁ ପ୍ରଭୁ ରାମଲାଲାଙ୍କୁ ରଙ୍ଗ-ଅବୀର ଅର୍ପଣ କରାଯାଇଛି । ପ୍ରଭୁ ରାମଲଲାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକାରର ରଙ୍ଗ-ଅବୀର ଉପହାର ଦେଇଛନ୍ତି ଲକ୍ଷେ୍ନøସ୍ଥିତ ବୋଟାନିକାଲ ଗାର୍ଡେନର ବୈଜ୍ଞାନିକ । ଏହି ଅବୀର କଚନାର ଫୁଲରୁ ତିଆରି ଏବଂ ଏଥିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ନାହିଁ । ଯଦିଓ ରାମଲାଲାଙ୍କ କପାଳ, ଖଜୁରୀର ଉପର ଅଂଶ ଏବଂ ପାଦରେ ଗୁଲାଲ ଲାଗି ହେବ । ମଧ୍ୟାହ୍ନ ରାଜଭୋଗରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହେବାକୁ ଥିବା ବେଳେ ସନ୍ଧ୍ୟାରେ ‘ସଙ୍ଗୀତ ସନ୍ଧ୍ୟା’ କାର୍ଯ୍ୟକ୍ରମ ମାଧ୍ୟମରେ ରାମଲାଲାଙ୍କ ହୋଲି ପର୍ବ ଆହୁରି ମନ ମୁଗ୍ଧକର ହେବ ।

ରାମଲାଲାର ମୁଖ୍ୟ ପୂଜକ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିଛନ୍ତି ଯେ, ଆମେ ପ୍ରତିବର୍ଷ ହୋଲି ପାଳନ କରୁଥିଲୁ । କିନ୍ତୁ ଏଥର ହୋଲି ସମ୍ପୂର୍ଣ୍ଣ ଭିନ୍ନ, କାରଣ ପ୍ରତ୍ୟେକ ହୋଲିରେ ରାମଲାଲା ପାଇଁ ଏକ ମହାନ ମନ୍ଦିରର ଅଭାବ ଅନୁଭବ ହେଉଥିଲା । ଏଥର ୫ ଶତାବ୍ଦୀରୁ ଅପେକ୍ଷା କରି ରହିଥିବା ସ୍ୱପ୍ନ ଆଜି ପୂର୍ଣ୍ଣ ହୋଇଛି। । ଅଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ମଧ୍ୟ ରବିବାର ଦିନ ତାଙ୍କ ରାମଘାଟ ବାସଭବନରେ କୋର୍ଟରେ ବାବ୍ରି ମସଜିଦ ମାମଲାର ପକ୍ଷ ଥିବା ଇକବାଲ ଅନସାରୀଙ୍କ ସହ ହୋଲି ଖେଳି ସମନ୍ୱୟର ବାର୍ତ୍ତା ଦେଇଛନ୍ତି ।

Get real time updates directly on you device, subscribe now.