fbpx

ICUରେ ଭର୍ତ୍ତି ହେଲେ କୁଖ୍ୟାତ ଡନ୍ ମୁଖ୍‌ତାର ଅନସାରୀ, ଖାଦ୍ୟରେ ବିଷ ଦିଆଯାଉଥିବା ଅଭିଯୋଗ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସ୍ଥିତ ବାନ୍ଦା ଜେଲରେ ବନ୍ଦି ଥିବା କୁଖ୍ୟାତ ଡନ୍ ମୁଖ୍‌ତାର ଅନସାରୀ(Mukhtar Ansari)ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ବର୍ତ୍ତମାନ ସେ ବାନ୍ଦା ସ୍ଥିତ ହସ୍ପିଟାଲ ICUରେ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କହିରଖୁଛୁ କିଛି ଦିନ ପୂର୍ବରୁ ମୁଖ୍‌ତାର ଅନସାରୀ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । ତାଙ୍କୁ କେହି ବିଷ ଦେଇ ମାରିବାର ଷଡ଼ଯନ୍ତ୍ର କରୁଛି ବୋଲି କୋର୍ଟରେ କହିଥିଲେ ।

ସୂଚନାରୁ ପ୍ରକାଶ ମୁଖ୍‌ତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଜେଲ ପ୍ରଶାସନ ଚୁପ୍ ଅଛନ୍ତି । ତେବେ ନିକଟରେ ମୁଖ୍‌ତାରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବହେଳା ଯୋଗୁଁ ଜଣେ ଜେଲର ଏବଂ ୨ ଡେପୁଟି ଜେଲରଙ୍କୁ ସସପେଣ୍ଡ୍ କରାଯାଇଥିଲା । ଅପରପକ୍ଷରେ ମୁଖ୍‌ତାର ଅନମସାରୀ କୋର୍ଟରେ ଏକ ଆବେଦନ କରିଥିଲେ ଯେ ମାର୍ଚ୍ଚ ୧୯ରେ ତାଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିଲା । ଏହା ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । ଦୟାକରି ଡାକ୍ତରଙ୍କ ଏକ ଟିମ ଦ୍ୱାରା ମୋ ଚିକିତ୍ସା କରାନ୍ତୁ । ଏହାର ୪୦ ଦିନ ପୂର୍ବରୁ ବି ମୋତେ ବିଷ ଦେଇ ମାରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଏହା ପରେ ଏକ ଡାକ୍ତରୀ ଟିମ୍ ମୁଖ୍‌ତାରଙ୍କ କିଛି ଟେଷ୍ଟ କରିବା ସହ ଚିକିତ୍ସା କରିଥିଲେ । ରିପୋର୍ଟ ଆସିବା ପରେ କିଛି ଔଷଧ ମଧ୍ୟ ଦେଇଥିଲେ । ଡାକ୍ତର ଜେଲ ପ୍ରଶାସନକୁ କହିଥିଲେ ଯେ ରୋଜା ରଖିବା କାରଣରୁ ଏପରି ହୋଇଛି । ଭୋକ ପରେ ହଠାତ୍ ଓଭରଫିଡ଼ିଂ କାରଣରୁ ମୁଖ୍‌ତାରଙ୍କୁ ଅସୁବିଧା ହେଉଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଜେଲ ପ୍ରଶାସନ ମୁଖ୍‌ତାରଙ୍କ ମେଡ଼ିକାଲ ରିପୋର୍ଟ କୋର୍ଟ ପଠାଇଛନ୍ତି । ଅପରପକ୍ଷରେ ବାନ୍ଦା ଜେଲର ସୁପରଇଣ୍ଟେଣ୍ଡେଣ୍ଟ ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛନ୍ତି ।

Get real time updates directly on you device, subscribe now.